ଓଡିଶା

odisha

ETV Bharat / bharat

ପୁଣି ବିମାନରେ ଆରମ୍ଭ ହେବ ଏହି ଦୁଇ ସେବା, ଜାଣନ୍ତୁ

ଏଣିକି ସବୁ ବିମାନରେ ମିଳିବ ଭୋଜନ ଓ ସମ୍ବାଦପତ୍ର । ଦେଶରେ ଚଳାଚଳ କରୁଥିବା ସମସ୍ତ ବିମାନରେ ଭୋଜନ ସେବାଠୁ ନେଇ ସମ୍ବାଦପତ୍ର ସେବା ଆରମ୍ଭ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ

By

Published : Nov 17, 2021, 9:03 AM IST

ଏଣିକି ସବୁ ବିମାନରେ ମିଳିବ ଭୋଜନ ଓ ସମ୍ବାଦପତ୍ର
ଏଣିକି ସବୁ ବିମାନରେ ମିଳିବ ଭୋଜନ ଓ ସମ୍ବାଦପତ୍ର

ନୂଆଦିଲ୍ଲୀ:ଏଣିକି ସବୁ ବିମାନରେ ମିଳିବ ଭୋଜନ ଓ ସମ୍ବାଦପତ୍ର । ଦେଶରେ ଚଳାଚଳ କରୁଥିବା ସମସ୍ତ ବିମାନରେ ଭୋଜନ ସେବା ଠୁ ନେଇ ସମ୍ବାଦପତ୍ର ସେବା ଆରମ୍ଭ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଖାଦ୍ୟ ସେବା ସହିତ ଯାତ୍ରୀଙ୍କୁ ପତ୍ରିକା, ସମ୍ବାଦପତ୍ର ଆଦି ପଢିବା ସେବା ଯୋଗାଇ ଦିଆଯିବ । ଦେଶ ଓ ଆନ୍ତର୍ଜାତୀୟ କମ୍ପାନୀଗୁଡିକୁ ଏନେଇ ଅନୁମତି ମିଳିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ଆଲୋଚନା କରିବା ପରେ ଏହି ଦୁଇ ସୁବିଧା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

କୋରୋନା ମହାମାରୀ ପରେ ଯାତ୍ରୀଙ୍କୁ ସମାଜିତ ଦୂରତା ବଜାୟ ରଖିବା ଦୃଷ୍ଟିରୁ ବିମାନ ଭିତରେ ଏହି ସେବାକୁ ବନ୍ଦ କରି ଦିଆଯାଇଥିଲା । ବିମାନ କ୍ରୁ ସଦସ୍ୟଙ୍କୁ ସମ୍ପୂର୍ଣ୍ଣ ଶରୀର ଘୋଢାଇ ରଖି ଯାତ୍ରୀଙ୍କୁ ସେବା ଯୋଗାଇ ଦେବାକୁ କୁହାଯାଇଥିଲା । ଏହା ସହ ବିମାନରେ ଯାତ୍ରୀ ସଂଖ୍ୟା ଉପରେ ମଧ୍ୟ କଟକଣା ରହିଥିଲେ । ଧିରେ ଧିରେ ମହାମାରୀ କୋପ କମୁଥିବାରୁ ଲାଗିଥିବା କଟକଣା ହଟାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ଗତ ବର୍ଷ ମେ ୨୫ରୁ ବିମାନ ସେବା ପୁନଃ ଆରମ୍ଭ ହେବା ପରଠୁ କେତେକ ସର୍ତ୍ତ ଅନୁସାରେ ବିମାନ ସେବା ଯୋଗାଇବାକୁ ଅନୁମତି ମିଳିଥିଲା । କଟକଣା ହଟିବା ପରେ ଖୁବଶୀଘ୍ର ବିମାନ ଚଳାଚଳ କ୍ଷେତ୍ର ସ୍ବାଭାବିକ ସ୍ଥିତିକୁ ଫେରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details