ଓଡିଶା

odisha

ETV Bharat / bharat

Church Attacked in Karnataka: ଯୀଶୁଙ୍କ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

କର୍ଣ୍ଣାଟକ ମହୀଶୂରରେ ଚର୍ଚ୍ଚରେ ପଶି ଯୀଶୁଙ୍କ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ (Church attacked in Karnataka)। ଥାନାରେ ଏତଲା ପରେ ପୋଲିସ ଚଳାଇଛି ତଦନ୍ତ । ଅଧିକ ପଢନ୍ତୁ

By

Published : Dec 28, 2022, 9:33 PM IST

Church attacked in Karnataka: ଯୀଶୁଙ୍କ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ
Church attacked in Karnataka: ଯୀଶୁଙ୍କ ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ହାଇଦ୍ରାବାଦ:କର୍ଣ୍ଣାଟକ ମହୀଶୂର ସହରରେ ଏକ ଚର୍ଚ୍ଚରେ ପଶି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ସହର ଉପକଣ୍ଠରେ ଥିବା ସେଣ୍ଟ ମେରୀ ଚର୍ଚ୍ଚରେ ପଶି ଆସବାବପତ୍ର ସହ ଯୀଶୁଙ୍କ ମୂର୍ତ୍ତିକୁ ମଧ୍ୟ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି (Church attacked in Karnataka)। ଏନେଇ ଚର୍ଚ୍ଚ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ନିକଟରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡଦିନ ପାଳନ କରିଛନ୍ତି । ଏହି ଅବସରରେ ଉକ୍ତ ଚର୍ଚ୍ଚକୁ ଆଲୋକରେ ସଜ୍ଜା ଯାଇଥିଲା । ଯୀଶୁଙ୍କର ଏକ ଶିଶୁ ପ୍ରତିମୂର୍ତ୍ତିକୁ ସୁସଜ୍ଜିତ କରି ଚର୍ଚ୍ଚ ସାମ୍ନାରେ ରଖାଯାଇଥିଲା । ବଡଦିନ ପାଇଁ ସମସ୍ତଙ୍କୁ ଚର୍ଚ୍ଚରେ ପ୍ରବେଶ ପାଇଁ ଅନୁମତି ମଧ୍ୟ ମିଳିଥିଲା । ଯାହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଚର୍ଚ୍ଚରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏଥିରେ ଆସବାବପତ୍ର ସମତେ ଯୀଶୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି (Church attacked in Karnataka)।

ଚର୍ଚ୍ଚର ଫାଦର କୌଣସି କାର୍ଯ୍ୟରେ ଅନୁପସ୍ଥିତ ଥିଲେ । ତେବେ ସେ ଭଙ୍ଗାରୁଜା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି । ସ୍ଥାନୀୟ ଅତିରିକ୍ତ ଏସ.ପି ମଧ୍ୟ ନିଜେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏଥିରେ କେତେ ଜଣ ଦୁର୍ବୃତ୍ତ ସମ୍ପୃକ୍ତ ଥିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୋଲିସ ମଧ୍ୟ କିଛି ସ୍ପଷ୍ଟ କରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details