ଓଡିଶା

odisha

ETV Bharat / bharat

Chopper crash: ଆଜି ହେବ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଶେଷକୃତ୍ୟ - ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ନ୍ୟୁଜ

ବରୁଣଙ୍କ ପାର୍ଥିବ ଶରୀର ଗତକାଲି ବେଙ୍ଗାଲୁରୁରୁ ଭୋପାଳ ନିଆଯାଇଛି । ବିମାନବନ୍ଦରରୁ ବରୁଣଙ୍କ ପାର୍ଥିବ ଶରୀରକୁ ସନସିଟି କଲୋନୀରେ ତାଙ୍କ ବାସଭବନକୁ ନିଆଯିବ । ଆଜି (ଶୁକ୍ରବାର) ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ (Last rites of Group captain Varun Singh)।

ଆଜି ହେବ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଶେଷକୃତ୍ୟ
ଆଜି ହେବ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ଶେଷକୃତ୍ୟ

By

Published : Dec 17, 2021, 8:29 AM IST

ଭୋପାଳ:ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଗ୍ରୁପ କ୍ୟାପଟେନ ବରୁଣି ସିଂହ ବୁଧବାର ଆଖି ବୁଜିଛନ୍ତି । ଗତକାଲି ତାଙ୍କ ପାର୍ଥିବ ଶରୀର ବେଙ୍ଗାଲୁରୁରୁ ଭୋପାଳ ନିଆଯାଇଛି । ବିମାନବନ୍ଦରରୁ ବରୁଣଙ୍କ ପାର୍ଥିବ ଶରୀରକୁ ସନସିଟି କଲୋନୀରେ ତାଙ୍କ ବାସଭବନକୁ ନିଆଯିବ । ଆଜି (ଶୁକ୍ରବାର) ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ (Last rites of Group captain Varun Singh)।

ଗତକାଲି (ଗୁରୁବାର) ବେଙ୍ଗାଲୁରୁରେ ଚିକିତ୍ସାଧୀନ ଥିବା ହସ୍ପିଟାଲରେ ତାଙ୍କ ପାର୍ଥିବ ଶରୀରକୁ ଏକ ସ୍ବତନ୍ତ୍ର ବାୟୁସେନା ବିମାନରେ ଆଜି ଭୋପାଳ ଅଣାଯାଇଥିଲା । ପାର୍ଥିବ ଶରୀର ଭୋପାଳ ବିମାନ ବନ୍ଦରରେ ପହଞ୍ଚିବା ପରେ ବାୟୁସେନା ଅଧିକାରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରୁଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।

ବରୁଣଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ତାଙ୍କ ନାମରେ କୌଣସି ଶିକ୍ଷାନୁଷ୍ଠାନର ନାମ ପରିବର୍ତ୍ତନ କରିବା ସହ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ସରକାର ବିଚାର କରୁଥିବା ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ବିମାନବନ୍ଦରରୁ ବରୁଣଙ୍କ ପାର୍ଥିବ ଶରୀରକୁ ସନସିଟି କଲୋନୀରେ ତାଙ୍କ ବାସଭବନକୁ ନିଆଯିବ । ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବରୁଣଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ଡିସେମ୍ବର ୮ ତାରିଖରେ ତାମିଲନାଡୁ କୁନ୍ନୁରର ନୀଳଗିରି ଜିଲ୍ଲାରେ ବାୟୁସେନା ହେଲିକପ୍ଟର Mi-17 V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦେଶର ପ୍ରଥମ ସିଡିଏସ ତାଙ୍କ ପତ୍ନୀଙ୍କୁ ମିଶାଇ ୧୪ ଜଣ ଉପସ୍ଥିତ ଥିଲେ । ଦୁର୍ଘଟଣା ବହୁତ ଭୟଙ୍କର ଥିଲା । ୧୪ ଜଣରୁ ସମସ୍ତ ୧୩ ଜଣଙ୍କର ସେହି ଦିନ ହିଁ ଦେହାନ୍ତ ହୋଇଥିଲା । ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ଗ୍ରୁପ କ୍ୟାପଟେନ ବରୁଣ ସିଂହ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଗୁରୁତର ଅବସ୍ଥାରେ ସେ ବେଙ୍ଗାଲୁରୁରରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ କରିଥିଲେ ଡାକ୍ତରୀ ଟିମ । ହେଲେ ବିଧିର ଲେଖା କିଛି ଅଲଗା ଥିଲା । ଦୁର୍ଘଟଣାର ଠିକ ୮ ଦିନ ପରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ କ୍ୟାପଟେନ ବରୁଣ । ମାତ୍ର ୪୨ ବର୍ଷରେ ଦୁନିଆ ଛାଡି ଚାଲିଯାଇଛନ୍ତି କ୍ୟାପଟେନ ।

@ANI

ABOUT THE AUTHOR

...view details