ହାଇଦ୍ରାବାଦ:ଭାରତ-ଚୀନ ସୀମାରେ ହୋଇଥିବା ସଂଘର୍ଷ ନେଇ ମୁହଁ ଖୋଲିଛି ଚୀନ । ସୀମାରେ ସଂଘର୍ଷ ପରେ ଘଟଣାସ୍ଥଳରେ ସ୍ଥିରତା ଫେରିଥିବା କହିବା ସହ ସଂଘର୍ଷ ପାଇଁ ଭାରତୀୟ ସୁରକ୍ଷା ବଳକୁ ଦାୟୀ କରିଛି ଚୀନ । PLA ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର କହିଛନ୍ତି, ଚୀନ ସେନା ଅତି ଶୃଙ୍ଖଳିତ ଢଙ୍ଗରେ ସ୍ଥିତିର ନିୟନ୍ତ୍ରଣ କରିଛି । ଉଭୟ ପକ୍ଷ ପଛକୁ ହଟିଛନ୍ତି ।
PLA ମୁଖପାତ୍ର କହିଛନ୍ତି, (ଶୁକ୍ରବାର) ଚୀନ ସେନା ଏଲଏସି ନିକଟବର୍ତ୍ତୀ ଚୀନ ପାର୍ଶ୍ବରେ ପାଟ୍ରୋଲିଂ କରୁଥିବା ବେଳେ ଭାରତୀୟ ସେନାର ଯବାନ ସେମାନଙ୍କୁ ବାଧା ଦେଇଥିଲେ । ଉଭୟ ସେନା ମଧ୍ୟରେ ସଂଘର୍ଷ ଦେଖାଯାଇଥିଲା । ଚୀନ ସେନା ଅତି ଶୃଙ୍ଖଳିତ ଢଙ୍ଗରେ ସ୍ଥିତିର ନିୟନ୍ତ୍ରଣ କରିଥିଲା । ପରେ ଉଭୟ ସେନା ସଂଘର୍ଷ ସ୍ଥଳରୁ ପଛକୁ ହଟିଯାଇଛନ୍ତି । ବର୍ତ୍ତମାନ ଉକ୍ତ କ୍ଷେତ୍ରରେ ଉତ୍ତେଜନା ନାହିଁ ।