ନୂଆଦିଲ୍ଲୀ:ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ଚୀନ୍ ସେନା ପୂର୍ବ ଲଦାଖର ଆଭ୍ୟନ୍ତରୀଣ ଅଞ୍ଚଳରୁ ପ୍ରାୟ 10,000 ସୈନ୍ୟଙ୍କୁ ପଛକୁ ହଟାଇଛି ।ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚୀନ ସେନା ପୂର୍ବଲଦାଖ ସେକ୍ଟର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡିକର ପାରମ୍ପାରିକ ପ୍ରଶିକ୍ଷଣ କ୍ଷେତ୍ରରୁ ପ୍ରାୟ 10,000 ସୈନ୍ୟଙ୍କୁ ପଛକୁ ହଟାଇ ନେଇଛି ।
ଗତବର୍ଷ ଭାରତ-ଚୀନ ସମ୍ପର୍କରେ ତିକ୍ତତା ପରଠାରୁ ଚୀନ ନିଜ ସୈନ୍ୟ ମାନଙ୍କୁ ଉକ୍ତ ଅଞ୍ଚଳରେ ମୂତୟନ କରିଥିଲା । ପରେ ଉଭୟ ଦେଶ ଘଟଣାସ୍ଥଳରୁ ଉତ୍ତେଜନ ହ୍ରାସ କରିବା ପାଇଁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିଲେ । ହେଲେ ଚୀନ ସେନା ଆଜି ଉକ୍ତ ଅଞ୍ଚଳରୁ ପ୍ରାୟ 10 ହଜାର ସୈନ୍ୟଙ୍କୁ ପଛକୁ ହଟାଇ ନେଇଛି ।