ଓଡିଶା

odisha

ଗଲୱାନରେ ପଶି ପତାକା ଉଡାଇଲା ଚୀନ, କେନ୍ଦ୍ରକୁ ଘେରିଲେ ବିରୋଧୀ

By

Published : Jan 3, 2022, 2:12 PM IST

ନୂଆବର୍ଷ ଆରମ୍ଭରୁ ପୁଣି ଥରେ ସୀମା ଲଙ୍ଘିଛି ଚୀନ । ଗଲୱାନ ଉପତ୍ୟକାକୁ ନିଜର ବୋଲି ଦାବି କରିଛନ୍ତି ଚୀନ ଯବାନ । ଜାନୁଆରୀ ୧ରେ ଚୀନ ଯବାନ ଗଲୱାନ ଉପତ୍ୟକାରେ ନିଜ ଦେଶର ଜାତୀୟ ପତାକା ଉଡାଇଛନ୍ତି (China unfurls flag in Galwan) । ଅଧିକ ପଢନ୍ତୁ

ଗଲୱାନରେ ପଶି ପତାକା ଉଡାଇଲା ଚୀନ
ଗଲୱାନରେ ପଶି ପତାକା ଉଡାଇଲା ଚୀନ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ପୁଣି ଥରେ ସୀମା ଲଙ୍ଘିଛି ଚୀନ । ଗଲୱାନ ଉପତ୍ୟକାକୁ ନିଜର ବୋଲି ଦାବି କରିଛନ୍ତି ଚୀନ ଯବାନ । ଜାନୁଆରୀ ୧ରେ ଚୀନ ଯବାନ ଗଲୱାନ ଉପତ୍ୟକାରେ ନିଜ ଦେଶର ଜାତୀୟ ପତାକା ଉଡାଇଛନ୍ତି (China unfurls flag in Galwan) । ଯାହାର ଭିଡିଓ ଚୀନ ସରକାରୀ ଚ୍ୟାନେଲ ଗ୍ଲୋବାଲ ଟାଇମ୍ସ ପ୍ରକାଶ କରିଛି । ପିଏଲଏ ସେନା ନୂଆବର୍ଷର ଶୁଭେଚ୍ଛା ଦେଇ କେବେ ହେଲେ ଗୋଟିଏ ଇଞ୍ଚ ଜମି ଛାଡ଼ିବୁ ନାହିଁ ବୋଲି କହିଛନ୍ତି ।

ଚୀନର ଜଣେ ଗଣମାଧ୍ୟମ ପ୍ରତିନିଧି ଶେନ ଶିୱି କହିଛନ୍ତି ଚୀନର ଜାତୀୟ ପତାକା ନୂଆବର୍ଷ ୨୦୨୨ରେ ଗଲୱାନ ଉପତ୍ୟକା ଉପରେ ଉଡ଼ିଛି। ଏହି ଜାତୀୟ ପତାକା ଏକଦା ବେଜିଂର ତିଆନମାନ୍ ସ୍କୋୟାର ଉପରେ ଉଡ଼ି ଥିବାରୁ ବେଶ ସ୍ବତନ୍ତ୍ର । ଚୀନ ସେନା ପତାକା ଉଡାଇ ବନ୍ଧୁକ ସହ ଗଲୱାନ ଉପତ୍ୟକାରେ ଛିଡ଼ା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଗଲୱାନ ଉପତ୍ୟକାରେ ବାରମ୍ବାର ଚୀନର ଅନୁପ୍ରବେଶକୁ ନେଇ କେନ୍ଦ୍ର ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ଦଳ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଓ ଚୀନର ଏପରି କାମରେ ପ୍ରଧାନମନ୍ତ୍ରୀଙ୍କୁ ନୀରବତା ଭାଙ୍ଗିବାକୁ କହିଛନ୍ତି । ସେ କହିଛନ୍ତି ଗଲୱାନରେ କେବଳ ଆମ ତ୍ରିରଙ୍ଗା ଭଲ ଦିଶେ। ଚୀନକୁ ତାର ଏ କାମ ପାଇଁ ନିଶ୍ଚିତ ଜବାବ ଦିଆଯିବା ଦରକାର। ମୋଦି ନିରବତା ଭାଙ୍ଗନ୍ତୁ ବୋଲି କହିଛନ୍ତି ରାହୁଲ ।

ଏହା ପୂର୍ବରୁ ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନକୁ ନିଜ ଭାଷାରେ ବଦଳାଇ ନାମିତ କରିଥିଲା ଚୀନ। ଭାରତ ସରକାର ଏହାର ତୀବ୍ର ବିରୋଧ କରିବା ସହ ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ବୋଲି କହିଥିଲେ ହେଲେ ଚୀନ ସୁଧୁରିନି ବରଂ ଗଲୱାନ ଘାଟିରେ ପ୍ରବେଶ କରି ପତାକା ଉଡ଼ାଇଛି। ୨୦୨୦ ଜୁନ ୧୫ରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଦୀର୍ଘ ୪୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଥିଲା ଓ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ।

ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା । ଆଲୋଚନା ଦ୍ବାରା ଉଭୟ ଦେଶ ସୀମାର ବିଭିନ୍ନ ସ୍ଥାନରୁ ସେନା ପ୍ରତ୍ୟାହାର କରିଥିଲେ। ପୁଣି ଚୀନ ସୀମା ଲଙ୍ଘିବା ଆରମ୍ଭ କରିଛି ।

ABOUT THE AUTHOR

...view details