ନୂଆଦିଲ୍ଲୀ:ଲଦାଖ ସୀମା ବିବାଦକୁ ନେଇ ଭାରତ ଉପରେ ଚାପ ପକାଇବାକୁ ଲଗାତାର ପ୍ରୟାସ କରୁଛି ଚୀନ । ନିକଟରେ ଚୀନର ଏକ ମିଡିଆ ରିପୋର୍ଟରେ କୁହାଯାଇଥିଲା କି, ଚୀନ ନିଜର ଅଞ୍ଚଳକୁ ନେଇ ଭାରତ ସହ କୌଣସି ପ୍ରକାର ବୁଝାମଣା କରିବ ନାହିଁ ଏବଂ ଯୁଦ୍ଧ ପରିସ୍ଥିତିରେ ଦେଶ ଭାରତକୁ ପରାସ୍ତ କରିବାରେ ସଫଳ ହେବ । ଗ୍ଲୋବାଲ ଟାଇମସରେ ପ୍ରକାଶିତ ଏହି ବିବଦୀୟ ମନ୍ତବ୍ୟ ଦେଇଥିଲେ ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିୟାନ ।
ଏଥିସହ ଝାଓ ଲିଜିୟାନ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ଉପରେ ମଧ୍ୟ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି, ଅରୁଣାଚଳ ପ୍ରଦେଶ ଚୀନର ଏକ ଅଂଶବିଶେଷ । ଏହାକୁ ଦକ୍ଷିଣ ତିବ୍ବତର ଅଂଶ ଭାବେ ଦର୍ଶାଇ ଲିଜିୟାନ ଉପରାଷ୍ଟ୍ରପତିଙ୍କ ଗସ୍ତକୁ କଡା ବିରୋଧ କରିଛନ୍ତି ।