ଓଡିଶା

odisha

ETV Bharat / bharat

ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ, 4 ଭଭଣୀ ଜୀବନ୍ତ ଦଗ୍ଧ

ବିହାରରେ ମୁଜାଫାରପୁରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଇ 4 ଭଭଣୀ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

By

Published : May 2, 2023, 10:23 AM IST

Etv Bharat
Etv Bharat

ପାଟନା:ବିହାରରେ ଭୟାବହ ଅଗ୍ନିକାଣ୍ଡ । ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ । ନିଆଁରେ ପୋଡ଼ି ହୋଇ 4 ଭଭଣୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ମୁଜାଫାରପୁର ଜିଲ୍ଲା ରାମଦୟାଲୁ ଅଞ୍ଚଳର ଏକ ବସ୍ତିରେ ସୋମବାର ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଅଗ୍ନିକାଣ୍ଡରେ 12 ଜଣରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବେଳେ ହସ୍ପିଟାଲ୍‌ରେ ଚିକିତ୍ସା ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ 1ଟା 30 ମିନିଟ ସମୟରେ ରାମଦୟାଲୁ ଅଞ୍ଚଳରେ ଥିବା ଏକ ବସ୍ତିରେ ଜଣଙ୍କ ଘରେ ନିଆଁ ଲାଗିଯାଇଥିଲା । ଏହାପରେ ନିଆଁ ଆଉ ତିନୋଟି ଘରକୁ ମଧ୍ୟ ବ୍ୟାପିଯାଇଥିଲା । ଫଳରେ ଘରେ ଭିତରେ ଖାଇପିଇ ଶୋଇଥିବା ଗୋଟିଏ ପରିବାରର 4 ଭଉଣୀ ଗୁରୁତର ହୋଇଥିବା ବେଳେ 12 ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ସମସ୍ତଙ୍କୁ ହସ୍ପିଚାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚାରି ଭଉଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ହେଉଛନ୍ତି ନରେଶ ରାମଙ୍କ ଚାରି ଝିଅ ସୋନି, ଶିବାନୀ, ଅମ୍ରିତା, ରିତା । ସମସ୍ତଙ୍କ ବୟସ 3ରୁ 12 ବର୍ଷ ମଧ୍ୟରେ ରହିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

ଏହା ମଧ୍ୟ ପଢନ୍ତୁ-Remark Against Modi: ପ୍ରିୟଙ୍କ୍‌ ଖଡଗେଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ

ରାମଦୟାଲୁଙ୍କ ଘରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା । ପରେପରେ ଏହା ଅନ୍ୟ ତିନିଟି ଘରକୁ ମଧ୍ୟ ବ୍ୟାପି ଯାଇଥିଲା । ନିଆଁର ପ୍ରକୋପ ଅଧିକ ମାତ୍ରାରେ ଥିବାରୁ ଘରେ ଶୋଇଥିବା ଚାରି ଭଉଣୀ ବାହାରକୁ ଆସିପାରିନଥିଲେ । ଫଳରେ ନିଆଁର ଆଁରେ ସେମାନେ ଜଳି ଯାଇଥିଲେ । ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏନେଇ ସଦର ପୋଲିସ ଷ୍ଟେସନର ଅଧିକାରୀ କହିଛନ୍ତି ଯେ, ଗତ ରାତିରେ ରାମଦୟାଲୁ ଅଞ୍ଚଳର ଏକ ବସ୍ତିରେ ଅଗ୍ନିକାଣ୍ଡ ଘଟିଥିଲା । ଅନେକ ଲୋକ ନିଆଁରେ ପୋଡି ହୋଇଯାଇଥିବା ବେଳେ 4 ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କ ଚିକିତ୍ସା ବର୍ତ୍ତମାନ ଜାରି ରହିଛି ।

ଗତ ରବିବାର ଦିନ ପଞ୍ଜାବ ଲୁଧିଆନାରେ କ୍ଷୀର ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ ଲିକ୍‌ ହୋଇଥିଲା । ଏହି ଦୁର୍ଘଟଣାରେ 11ଜଣଙ୍କର ମୃତ୍ୟୁ ହୋଇଥିଲା । ହାଇଡ୍ରୋଜେନ୍ ସଲଫାଇଡ୍ ଗ୍ୟାସ୍ ଲିକ ଯୋଗୁଁ 11ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଗ୍ୟାସ୍‌ର ପ୍ରଭାବକୁ କମାଇବା ପାଇଁ କାଷ୍ଟିକ୍ ସୋଡା ବ୍ୟବହାର କରାଯାଉଛି । ଏପରି ଅଘଟଣ ପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ ।

ABOUT THE AUTHOR

...view details