ଚର୍ଚ୍ଚାରେ ବଡନଗର ଷ୍ଟେସନ: ଟି' ବଏରୁ ଦେଶର ପ୍ରଧାନମନ୍ତ୍ରୀ, ମୋଦିଙ୍କ କଟିଥିଲା ପିଲାଦିନ
ବଡନଗର ଷ୍ଟେସନ ହେଉଛି ସେହି ଚର୍ଚ୍ଚିତ ଷ୍ଟେସନ ଯେଉଁ ଷ୍ଟେସନରେ ଦିନେ ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରି କରୁଥିଲେ ଚା’ । ନିଜ ବାପା କରିଥିବା ଛୋଟିଆ ଦୋକାନରେ ସେଦିନର ସେହି ନରେନ୍ଦ୍ର ଗୋଟିଏ ଟ୍ରେନରୁ ଆଉ ଗୋଟିଏ ଟ୍ରେନ ଯାଇ ଚା ବିକ୍ରି କରୁଥିଲେ । ଅଧିକ ପଢନ୍ତୁ...
ଗାନ୍ଧୀନଗର: ଉଦଘାଟିତ ହୋଇଛି ଦେଶର ଚର୍ଚ୍ଚିତ ରେଳ ଷ୍ଟେସନ ବଡନଗର । ନୂଆ ରୂପରେ ସଜେଇ ହୋଇଛି ଗୁଜୁରାଟର ଶେଷରେ ଥିବା ଏହି ଷ୍ଟେସନ । ଦିନେ ଏହି ଷ୍ଟେସନକୁ ନେଇ ସାରା ଦେଶରେ ହୋଇଥିଲା ଯୋରଦାର ଚର୍ଚ୍ଚା । ଦୀର୍ଘଦିନ ପରେ ପୁଣି ଥରେ ବଡନଗର ଷ୍ଟେସନ ଚର୍ଚ୍ଚାକୁ ଫେରିଛି ।
ବଡନଗର ଷ୍ଟେସନ ହେଉଛି ସେହି ଷ୍ଟେସନ ଯେଉଁ ଷ୍ଟେସନରେ ଦିନେ ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରି କରୁଥିଲେ ଚା’ । ନିଜ ବାପା କରିଥିବା ଛୋଟିଆ ଦୋକାନରେ ସେଦିନର ସେହି ନରେନ୍ଦ୍ର ଗୋଟିଏ ଟ୍ରେନରୁ ଆଉ ଗୋଟିଏ ଟ୍ରେନ ଯାଇ ଚା ବିକ୍ରି କରୁଥିଲେ । ଏହାସହ ଖାଣ୍ଟି ଗୁଜୁରାଟୀ କହୁଥିବା ସେହି ଛୋଟିଆ ଶିଶୁ ଧିରେ ଧିରେ ହିନ୍ଦୀ କହିବା ଶିଖିଥିଲେ ଏହି ଷ୍ଟେସନରୁ । ଆଜି ସେହି ପରିତ୍ୟକ୍ତ ବଡନଗର ଷ୍ଟେସନର ବଦଳି ଯାଇଛି ରୂପରେଖ । ପରିବର୍ତ୍ତନ ହୋଇଛି ଷ୍ଟେସନ ପରିସର । ଯେଉଁଠି ଦିନେ ଖୋଲା ଆକଶ ତଳେ ଯାତ୍ରୀ ଯାତ୍ରା ପାଇଁ ଟ୍ରେନକୁ ଅପେକ୍ଷା କରୁଥିଲେ ଆଜି ଶୀତତାପ ନିୟନ୍ତ୍ରଣ କୋଠରୀରେ ବସି ଅପେକ୍ଷା କରୁଛନ୍ତି । ତେବେ କାହିଁକି ଏତେ ପରିବର୍ତ୍ତନ କଣ ପାଇଁ ଷ୍ଟେସନର ହେଲା ନବକଳେବର ?
ବଡନଗର ଷ୍ଟେସନ ଓ ପ୍ରଧାନମନ୍ତ୍ରୀ ମୋଦି...
କାହାଣୀ 17 ଡିସେମ୍ବର 1950 । ଗୁଜୁରାଟ ଗାନ୍ଧୀନଗର ଠାରୁ ପ୍ରାୟ 75 ରୁ 80 କିମି ଦୂର ବଡନଗରରେ ଜନ୍ମ ଗ୍ରହଣ କରିଥିଲେ ଶିଶୁ ନରେନ୍ଦ୍ର ମୋଦି । ବାପା ଦାମୋଦର ଦାସ ମୋଦି ଓ ମା ହୀରାବେନଙ୍କ 6ଟି ସନ୍ତାନ ମଧ୍ୟରେ ନରେନ୍ଦ୍ର ଥିଲେ ତୃତୀୟ ସନ୍ତାନ । ନିଜ ଛୋଟିଆ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଦାମୋଦର ଦାସ ମୋଦି ସ୍ଥାନୀୟ ବାଡନଗର ରେଳ ଷ୍ଟେସନରେ ଏକ ଛୋଟିଆ ଚା’ ଦୋକାନ କରିଥିଲେ । ସେଥିରେ କୌଣସି ମତେ ପିରବାର ଚଳୁଥିଲା । ସେତେବଳେକ ବାଳକ ନରେନ୍ଦ୍ର ମଧ୍ୟ ଚା’ ଦୋକାନରେ ବାପାଙ୍କୁ ସାହାଯ୍ୟ କରିବା ସହ ଷ୍ଟେସନରେ ଟ୍ରେନ ଲାଗିବା ମାତ୍ରେ ଏହି ଟ୍ରେନରୁ ସେହି ଟ୍ରେନ ଯାଇ ଚା’ ବିକ୍ରି କରୁଥିଲେ ।
କେମିତି ହିନ୍ଦୀ ଶିଖିଲେ ମୋଦି?
ଅଭିନେତା ଅକ୍ଷୟ କୁମାରଙ୍କୁ ବର୍ଷ 2019 ରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ସାକ୍ଷାତକାର ଅନୁସାରେ ସେତେବେଳ ଟ୍ରେନକୁ ଚା’ ନେଇଯିବା ବେଳେ କେତେ ଲୋକ ଭଲ ମନ୍ଦ ବୁଝୁଥିଲେ ଚା’ କିଣୁଥିଲେ । ଆଉ କିଛି ଲୋକ ବିରକ୍ତ ମଧ୍ୟ ହେଉଥିଲେ । କେହି କେହି ପାଠ ପଢିବାକୁ ପରାମର୍ଶ ଦେଉଥିଲେ । ମୋଦି ସେହି ସାକ୍ଷାତକାରରେ କହିଛନ୍ତି ସେତେବେଳେ ସେ ଗୁଜୁରାଟୀ ବ୍ୟତୀତ ଅନ୍ୟ କୌଣସି ଭାଷା ଜାଣିନଥିଲେ । କିନ୍ତୁ ସେତେବେଳେ ଟ୍ରେନରେ ମୁମ୍ବାଇ ସୁରଟରୁ ବଡନଗର ଦେଇ ବେପାରୀ ଆସୁଥିଲେ । ତାଙ୍କୁ ଚା’ ଦେବା ବେଳେ ସେ କିଛି କିଛି ହିନ୍ଦୀ ଶିଖିଥିଲେ ।
ବାଲ୍ୟବସ୍ଥାରୁ ଦେଖିଥିଲେ ଗରିବୀ...
ନରେନ୍ଦ୍ର ମୋଦି ନିଜ ବାଲ୍ୟକାଳରୁ ଗରିବୀକୁ ଅତି ନିକଟରୁ ଦେଖିଥିଲେ । ପାଠ ପଢା ପାଇଁ ନା ଥିଲା ଆବଶ୍ୟକ ପୁସ୍ତକ ନା ଖାଇବା ପାଇଁ ଥିଲା ଖାଦ୍ୟ । ଏପରିକି ସ୍କୁଲକୁ ପରିଧାନ କରି ଯିବା ପାଇଁ ନଥିଲା ପ୍ୟାଣ୍ଟ ସାର୍ଟ । ଏହାସତ୍ବେ ସେ ପାଠ ପଢୁଥିଲେ । ବାଳକ ନରେନ୍ଦ୍ର ମୋଦିଙ୍କ ଇଛା ଥିଲା ଭାରତୀୟ ସେନାରେ ଯିବା ପାଇଁ । ଏଥିପାଇଁ ଜାମନଗରରେ ଥିବା ସେନା ସ୍କୁଲରେ ପାଠ ପଢିବା ପାଇଁ ଇଛା ପ୍ରକାଶ କରିଥିଲେ । କିନ୍ତୁ ଟଙ୍କା ନଥିବାରୁ ତାହା ହୋଇପାରିନଥିଲା ।
ଚା’ ଦୋକାନରୁ ସଂଘ ଶାଖା ଥିଲା ଦୈନନ୍ଦିନ କାର୍ଯ୍ୟ...
ସେତେବେଳର ବାଲ୍ୟ ନରେନ୍ଦ୍ର ସ୍କୁଲରୁ ଫେରି ନିଜ ପିତାଙ୍କୁ ଆବଶ୍ୟକ ସାହାଯ୍ୟ କରୁଥିଲେ । ପରେ ସମୟ ବାହାର କରି ନିକଟରେ ଥିବା ସଂଘ ଶାଖାକୁ ନିୟମିତ ଯାଉଥିଲେ । କାରଣ ସେହି ଶାଖାକୁ ପରିଚାଳନା କରୁଥିବା ସ୍ବଂୟ ସେବକ ଚା’ ପିଇବାକୁ ଦାମୋଦର ଦାସଙ୍କ ଦୋକାନକୁ ଆସୁଥିଲ । ସେହିଠାରୁ ତାଙ୍କ ସଂସ୍ପର୍ଶରେ ଆସି ବାଳକ ନରେନ୍ଦ୍ର 8 ବର୍ଷ ବୟସରେ ବନିଯାଇଥିଲେ ବାଲ ସ୍ବଂୟ ସେବକ । ସେହି ଠାରୁ ଧିରେ ଧିରେ ସାରା ରାଜ୍ୟରେ ଥିବା ସଂଘ ଶାଖାକୁ ଯାଉଥିଲେ ନରେନ୍ଦ୍ର ।