ଓଡିଶା

odisha

By ETV Bharat Odisha Team

Published : Jan 13, 2024, 12:32 PM IST

Updated : Jan 13, 2024, 1:13 PM IST

ETV Bharat / bharat

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; 84 ସେକେଣ୍ଡର ମାହାର୍ଘ୍ୟ ମୁହୂର୍ତ୍ତରେ ଜନ୍ମିତ ଶିଶୁ ହେବେ ଭାଗ୍ୟବାନ !

Ram manidr Prana Pratistha Muhurat Child Birth: ଜାନୁଆରୀ 22ରେ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି 84 ସେକେଣ୍ଡ୍ ସମୟକୁ ଅତ୍ୟନ୍ତ ଶୁଭ ସମୟ ବୋଲି ଅନେକ ବିଦ୍ୱାନ ମତ ରଖିଛନ୍ତି । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା

ଲକ୍ଷ୍ମୌ:ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଉଦଘାଟନୀ ମହୋତ୍ସବରୁ ନେଇ ଉତ୍ସବମୁଖର ସମଗ୍ର ଦେଶ । ଜାନୁଆରୀ 22ରେ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ପ୍ରାଣ ପ୍ରତିଷ୍ଠା ପାଇଁ 84 ସେକେଣ୍ଡକୁ ଶୁଭ ମୁହୂର୍ତ୍ତ ଭାବେ ଗଣନା କରାଯାଇଛି । ଏହି 84 ସେକେଣ୍ଡ୍ ସମୟକୁ ଅତ୍ୟନ୍ତ ଶୁଭ ସମୟ ବୋଲି ଅନେକ ବିଦ୍ୱାନ ମତ ରଖିଛନ୍ତି । ଏହି ସମୟରେ ଯେଉଁ ଶିଶୁ ଜନ୍ମ ସେମାନେ ବେଶ ଭାଗ୍ୟବାନ ହେବେ ବୋଲି କୁହାଯାଉଛି । ଯେଉଁଥିପାଇଁ ଏହି ସମୟରେ ଶିଶୁକୁ ଡେଲିଭରି କରିବା ପାଇଁ ଅନେକ ବାପାମାଆ ଡାକ୍ତରଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ପ୍ରଖ୍ୟାତ ଜ୍ୟୋତିର୍ବିଦ ପଣ୍ଡିତ ଋଷି ଦ୍ବିବେଦୀ ନେଇ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ରାମ ମନ୍ଦିର ନିର୍ମାଣ ପାଇଁ 27 ଲକ୍ଷ ଦାନ କରିଥିଲେ 82ବର୍ଷିୟା ବୃଦ୍ଧା, ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆସିଲା ନିମନ୍ତ୍ରଣ ପତ୍ର

ଜ୍ୟୋତିର୍ବିଦ ପଣ୍ଡିତ ଋଷି ଦ୍ବିବେଦୀଙ୍କ କହିବାନୁଯାୟୀ, ଜାନୁଆରୀ 22ତାରିଖ ଦିନ ପ୍ରାଣ ପ୍ରତିଷ୍ଠା ପାଇଁ ବାହାର କରାଯାଇଥିବା 84 ସେକେଣ୍ଡ ବେଶ ବିଶେଷ ସମୟ ଅଟେ । ଏହି ବିଶେଷ ମୂହୁର୍ତ୍ତ 12ଟା ବାଜି 29 ମିନିଟ 8 ସେକେଣ୍ଡରୁ 12ଟା ବାଜି 30ମିନିଟ 32 ସେକେଣ୍ଡ ପର୍ଯ୍ୟନ୍ତ ଅଟେ । ଏହି ସମୟରେ ମେଷ ଲଗ୍ନ ଓ ମିଥୁନ ରାଶିରେ ଜନ୍ମ ଗ୍ରହଣ କରିଥିବା ଶିଶୁ ବେଶ ଭାଗ୍ୟବାନ ହେବ ବୋଲି ଜ୍ୟୋତିର୍ବିଦଙ୍କ ପକ୍ଷରୁ କୁହାଯାଇଛି । ମୃଗଶିରା ନକ୍ଷତ୍ର ଓ ଚନ୍ଦ୍ର ରହିଥିଲେ ଏହା ରାଜଯୋଗ ଅଟେ ।

ଏହାମଧ୍ୟ ପଢନ୍ତୁ.. ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ବିଶ୍ୱ ରାମମୟ, ଆମେରିକାରେ ୪୦ ସ୍ଥାନରେ ଲାଗିଲା ହୋଡିଂ

ଏହି ସମୟରେ କରାଯାଇଥିବା ସମସ୍ତ କାର୍ଯ୍ୟ ହେବ ସଫଳ: ପଣ୍ଡିତ ଋଷି ଦ୍ବିବେଦୀ ଆଉ ମଧ୍ୟ କହିଛନ୍ତି ଯେ, ଏହି 84 ସେକେଣ୍ଡରେ ମଧ୍ୟରେ ଯେଉଁ କାର୍ଯ୍ୟ କରିବ ତାହା ସଫଳ ହେବ । ଏହି ସମୟରେ ଯାହା ଇଚ୍ଛା ରଖିବେ ତାହା ପୂରଣ ହେବ । ଶିକ୍ଷା, ବାଣିଜ୍ୟ ଓ ଅନ୍ୟ ସମସ୍ତ କ୍ଷେତ୍ରରେ ଏହି ସମୟ ଶୁଭଫଳ ଆଣିଦେବ ବୋଲି କହିଛନ୍ତି ପଣ୍ଡିତ ଋଷି ଦ୍ବିବେଦୀ ।

ଅନ୍ୟପଟେ ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ମୁଖ୍ୟ ସାଧୁ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ,ଏବେ ରାମ ରାଜ୍ୟ ଆସିବାକୁ ଯାଉଛି । ରାମ ମନ୍ଦିର ପ୍ରତିଷ୍ଠା ରାଜନୀତି ନୁହେଁ ବରଂ ଧର୍ମନୀତି ଅଟେ । ଏହୀ ଭଗବାନଙ୍କ ଚମତ୍କାର ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 13, 2024, 1:13 PM IST

ABOUT THE AUTHOR

...view details