ଓଡିଶା

odisha

ETV Bharat / bharat

ଚୋଟ ଖାଇବା ପରେ ସାପକୁ କାମୁଡି ମାରିଦେଲା ବାଳକ, ଅଜବ ବିଶ୍ବାସ ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାପ କାମୁଡିବା ପରେ ସାପକୁ ଧରି କାମୁଡିଲା ବାଳକ (child bites snake in jashpur)। ସାପ ମୃତ, ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲା ବାଳକ । ସ୍ଥାନୀୟ ଅଞ୍ଚଳରେ ରହିଛି ସାପ କାମୁଡିଲେ ସାପକୁ ଧରି କାମୁଡିବାର ଅଜବ ପରମ୍ପରା । ଅଧିକ ପଢନ୍ତୁ

By

Published : Oct 30, 2022, 10:44 PM IST

ଚୋଟ ଖାଇବା ପରେ ସାପକୁ କାମୁଡି ମାରିଦେଲା ବାଳକ, ଅଜବ ବିଶ୍ବାସ ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଚୋଟ ଖାଇବା ପରେ ସାପକୁ କାମୁଡି ମାରିଦେଲା ବାଳକ, ଅଜବ ବିଶ୍ବାସ ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ରାୟପୁର:ସର୍ପାଘାତରେ ମଣିଷର ମୃତ୍ୟୁ ହେବା ଘଟଣା ପ୍ରାୟତଃ ସବୁଠି ଦେଖିବାକୁ ମିଳିଥାଏ (child bites snake in jashpur)। ତେବେ ଛତିଶଗଡରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଛତିଶଗଡ ଯଶପୁର ଅଞ୍ଚଳରେ ଏକ ବାଳକକୁ ସାପଟି କାମୁଡିବା ପରେ ବାଳକଟି କ୍ରୋଧିତ ହୋଇ ସାପଟିକୁ କାମୁଡି ଦେଇଥିବା ଦେଖିବାକୁ ମିଳିଥିଲା । ପରେ ସାପଟିର ମୃତ୍ୟୁ ହେବା ସହ ପିଲାଟିକୁ ପରିବାର ସଦସ୍ୟ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ପିଲାଟି ସୁସ୍ଥ ହୋଇ ଫେରିଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

ସାପ କାମୁଡିବା ପରେ ସାପକୁ କାମୁଡିଲା ବାଳକ: ବାଳକ ଜିବୀତ, ସାପ ମୃତ

କ’ଣ ଥିଲା ସମୂର୍ଣ୍ଣ ଘଟଣା :-

ଯଶପୁର ଜିଲ୍ଲାର ବଗିଚା ବିକାଶ ବ୍ଲକର ପାଣ୍ଡାରାପଥର ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଗ୍ରାମବାସୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଜନଜାତି ସମ୍ପ୍ରଦାୟର ଦୀପକରାମ ନାମକ ଏହି 12 ବର୍ଷୀୟ ବାଳକଟି ନିଜ ଘର ନିକଟରେ ଭାଇ ଭଉଣୀଙ୍କ ସହ ଖେଳୁଥିଲା । ତେବେ କୌଣସି କାରଣବଶତଃ ସେଠାରେ ଏକ ନାଗ ସାପ ତାକୁ କାମୁଡି ଦେଇଥିଲା (child bites snake in jashpur)। ସାପ ଚୋଟ ଯନ୍ତ୍ରଣାରେ ଜର୍ଜରିତ ବାଳକଟି ମଧ୍ୟ ଉତ୍ତେଜିତ ହୋଇ ସାପଟିକୁ ଧରି କାମୁଡି ଦେଇଥିଲା । ତେବେ ସାପଟିର ସେହିଠାରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଏ ସମ୍ପର୍କରେ ଖବର ପାଇ ପରିବାର ସଦସ୍ୟ ବାଳକଟିକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ବାଳକଟି ସୁସ୍ଥ ହୋଇ ଘରକୁ ଫେରିଛି ।

ଯଶପୁରରେ ଏବେବି ପ୍ରଚଳିତ ଏହି ବିଚିତ୍ର ବିଶ୍ୱାସ:-

ତେବେ ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଚଳିତ ଏକ ପରମ୍ପରା ବା ଯାହାକୁ ଆଧୁନିକ ଭାଷାରେ କହିଲେ ଅନ୍ଧ ବିଶ୍ବାସ ମଧ୍ୟ ରହିଥିବା କଥା ସାମ୍ନାକୁ ଆସିଛି । ସ୍ଥାନୀୟ ଜନଜାତିର ସମାଜରେ ପୂର୍ବରୁ ରହିଆସିଥିବା ବିଶ୍ବାସ ଅନୁସାରେ, ସାପ କାମୁଡିବା ପରେ ଉକ୍ତ ସାପକୁ ସମ୍ପୃକ୍ତ ବ୍ୟକ୍ତି ଧରି କାମୁଡିଲେ ସାପ ବିଷର କୌଣସି ପ୍ରଭାବ ପଡିବ ନାହିଁ । ପୂର୍ବରୁ ମଧ୍ୟ ସେଠାରେ କିଛି ସର୍ପାଘାତ ଘଟଣାରେ ଏପରି ହୋଇଥିବା ଉଦାହରଣ ରହିଛି । ଏବେ ଏପରି ଘଟଣା ଓ ଏହା ପଛରେ ରହିଥିବା ପୂରୁଣା ବିଶ୍ବାସ ସମ୍ପର୍କରେ ଜଣାପଡିବା ପରେ ଏହି ବିଚିତ୍ର ପରମ୍ପରା ଓ ବିଶ୍ବାସକୁ ନେଇ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details