ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି 2021-2030 ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଆଜି(ରବିବାର) ଯୋଗୀ ଆଦିତ୍ୟନାଥ ଏନେଇ ଘୋଷଣା କରିଛନ୍ତି । ନୂଆ ଆଇନ ଅନୁଯାୟୀ ରାଜ୍ୟର 2 କିମ୍ବା 2 ରୁ କମ୍ ପିଲା ଥିବା ଅଧିବାସୀଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ ।
ଜନସଂଖ୍ୟା ବୃଦ୍ଧି ବିକାଶରେ ବାଧକ: ଯୋଗୀ ଆଦିତ୍ୟନାଥ - ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି
ଉତ୍ତର ପ୍ରଦେଶରେ ନୂଆ ଜନସଂଖ୍ୟା ନୀତି 2021-2030 ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ...
ଜନସଂଖ୍ୟା ବୃଦ୍ଧି ବିକାଶରେ ବାଧକ: ଯୋଗୀ ଆଦିତ୍ୟନାଥ
ଜନସଂଖ୍ୟାରେ ନିୟନ୍ତ୍ରଣ ଆଣିବା ପାଇଁ ବିଶ୍ବ ଜନସଂଖ୍ୟା ଦିବସରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏପରି ଏକ ବଡ ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, 'ମୁଁ ଏହି ପଲିସି ବାବଦରେ ଘୋଷଣା କରି ବହୁତ ଖୁସି । ଦ୍ରୁତ ଜନସଂଖ୍ୟା ବୃଦ୍ଧି ଉନ୍ନତି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ତେଣୁ ଏହାର ଉଚ୍ଛେଦ ଆବଶ୍ୟକ । ଏଥିପାଇଁ ସମସ୍ତ ସମ୍ପ୍ରଦାୟର ଲୋକେ ଏହି ନିୟମ ପ୍ରତି ଯତ୍ନବାନ ହେବା ଉଚିତ୍ ।'
@ANI