ନୂଆଦିଲ୍ଲୀ:ମୁମ୍ବାଇରେ କୋଭିଡ-19ର ନୂଆ ଭାରିଆଣ୍ଟ XE ର ଚିହ୍ନଟ ରିପୋର୍ଟକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି (ବୁଧବାର) ଖାରଜ କରିଦେଇଛି । ବର୍ତ୍ତମାନର 'XE' ପ୍ରଜାତି ବୋଲି ସୂଚିତ ହେଉନାହିଁ ବୋଲି କହିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
Mumbai Covid XE Variant: ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କଲେ ସରକାର - ନୂଆ ଭୂତାଣୁ ମାମଲା
ମୁମ୍ବାଇରେ କୋଭିଡ-19 ନୂା ଭାରିଆଣ୍ଟ XE ର ଚିହ୍ନଟ ରିପୋର୍ଟକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଖଣ୍ଡନ । ଅପରାହ୍ନରେ ନୂଆ ଭୂତାଣୁ ନେଇ ହୋଇଥିଲା ଖବର ପ୍ରସାରଣ। ଅଧିକ ପଢନ୍ତୁ
Mumbai Covid XE Variant: ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କଲେ ସରକାର
ଆଜି ସଂନ୍ଧ୍ୟାରେ ନୂଆ ପ୍ରଜାତି ଚିହ୍ନଟ ହୋଇଥିବା ନେଇ ଖବର ପ୍ରସାରିତ ହେବା ପରେ ଚିନ୍ତା ବୃଦ୍ଧି ପାଇଥିଲା । ତେବେ ନୂଆ ଭ୍ୟାରିଏଣ୍ଟ ଖୁବ ଦ୍ରୁତ ସଂକ୍ରମଣଶୀଳ ବୋଲି ତଥ୍ୟ ପ୍ରକାଶ ପାଇବା ପରେ ପୁଣି ସଂକ୍ରମଣ ବଢିବା ନେଇ ଭୟ ମଧ୍ୟ ଆରମ୍ଭ ହୋଇଥିଲା । ତାର ମାତ୍ର କିଛି ଘଣ୍ଟା ମଧ୍ୟରେ ସରକାରୀ ଭାବେ ଏହା ସେପରି କିଛି ନୁହେଁ ବୋଲି ସ୍ପଷ୍ଟ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ