ଓଡିଶା

odisha

ETV Bharat / bharat

ଟିକା ଅଭାବକୁ ନେଇ କେନ୍ଦ୍ର ସରକାରକୁ ପ୍ରଶ୍ନ କଲେ ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମ

ଦେଶରେ ଦେଖାଯାଇଥିବା ଟିକା ଅଭାବକୁ ନେଇ ପ୍ରଶ୍ନକଲେ ବରିିଷ୍ଠ ନେତା ପି ଚିଦାମ୍ବବମ । ଅଧିକ ପଢନ୍ତୁ...

ଟିକା ଅଭାବକୁ ନେଇ କେନ୍ଦ୍ର ସରକାରକୁ ପ୍ରଶ୍ନ କଲେ ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମ
ଟିକା ଅଭାବକୁ ନେଇ କେନ୍ଦ୍ର ସରକାରକୁ ପ୍ରଶ୍ନ କଲେ ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମ

By

Published : May 16, 2021, 10:22 PM IST

ନୂଆଦିଲ୍ଲୀ: ଟୀକା ଅଭାବକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । କାହିଁକି ପ୍ରତିଦିନ ଦିଆଯାଉଥିବା ଟୀକାକରଣ ସଂଖ୍ୟା ହ୍ରାସ ପାଉଛି? ଶୁକ୍ରବାର ଦିନ ଏହା ମାତ୍ର 11,60,000 ଡୋଜ ଥିଲା, ଯାହା ମେ ମାସର ଦୈନିକ ହାରାହାରି ହ୍ରାସ କରିଥିଲା। ଏପ୍ରିଲ 2 ରେ ଦିଆଯାଇଥିବା 42 ଲକ୍ଷ ଡୋଜ ଠାରୁ ଏହା ବହୁ ଦୂରରେ ବୋଲି ନରେନ୍ଦ୍ର ମୋଦି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଚିିଦାମ୍ବରମ । ଅନ୍ୟ ଟିକା ନିର୍ମାତାମାନଙ୍କୁ ନିମନ୍ତ୍ରଣ କରିବାରେ ବିଳମ୍ବ ପାଇଁ ମଧ୍ୟ ଚିଦାମ୍ବରମ୍ କେନ୍ଦ୍ରକୁ ତୀକ୍ଷ୍ନ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି ।

ତେବେ ଟିକାକରଣ କିଛି ସ୍ଥାନରେ ବନ୍ଦ ରହିଛି । ଦୁୁଇଟି ଟିକା ମଧ୍ୟରେ ବ୍ୟବଧାନ ମଧ୍ୟ ସରକାର ବଢାଇଥିବା ଦେଖିବାକୁ ମିଳିଛି । ତେବେ ଏହା କେବଳ ଟିକା ଅଭାବ ପାଇଁ ସରକାର ଏପରି କରୁଥିବା ଚିଦାମ୍ବରମ ଅଭିଯୋଗ କରିଛନ୍ତି ।

ତେବେ ଏହାରି ମଧ୍ୟରେ ବିଭିନ୍ନ ପ୍ରେଦଶର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଟିକା ଉତ୍ପାଦନର ବ୍ୟାପକତା ବିଷୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ଜୁଲାଇ ଶେଷ ସୁଦ୍ଧା ଆମ ପାଖରେ 51.6 କୋଟି ଟିକା ଡୋଜ ମିଳିବ, ଯେଉଁଥିରେ ପୂର୍ବରୁ ଦିଆଯାଇଥିବା 18 କୋଟି ଡୋଜ ମଧ୍ୟ ରହିଛି। ସ୍ପୁଟନିକକୁ ଅନୁମୋଦନ କରାଯାଇଛି। ଏହା ସହିତ ଜିଡସ କ୍ୟାଡିଲାଙ୍କ ନୂତନ ଟିକାକୁ ଅନୁମୋଦନ କରାଯାଇଛି। , ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ- ନୋଭାଭାକ୍ସ ଟିକା, ଭାରତ ବାୟୋଟେକ୍ ର ନାସାଲ୍ ଟିକା ଏବଂ ଜେନୋଭା ଏମଆରଏମଏ ଟିକା ଅଗଷ୍ଟ-ଡିସେମ୍ବର ଅବଧିରେ କୋଭିଡ୍ ଟିକା ଉପଲବ୍ଧତାକୁ 216 କୋଟି ଡୋଜରେ ପହଞ୍ଚାଇବ ବୋଲି ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details