ଅମରାବତୀ:ସାଧାରଣତଃ ଗୋଟିଏ ମନୁଷ୍ୟର ସନ୍ଦେହ ଜନକ ମୃତ୍ୟୁ ହେଲେ ପୋଷ୍ଟମର୍ଟମ କରାଯାଇଥାଏ । କିନ୍ତୁ ଏବେ ମୃତ୍ୟୁ ପରେ କୁକୁଡାର ପୋଷ୍ଟମର୍ଟମ କରାଯାଇଛି । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି ।
ଏହା ମଧ୍ୟ ପଢନ୍ତୁ-କୁକୁଡାର ମୃତ୍ୟୁ ପରେ ଦଶାହ ପାଳିଲେ ମାଲିକ, ସାମିଲ ହେଲେ 500 ଲୋକ
ଘଟଣାଟି ଥିଲା ଏମିତି
କ୍ରିଷ୍ଣା ଜିଲ୍ଲାର ମୋପି ଦେବୀ ମଣ୍ଡଳ ନାମକ ଜଣେ ବ୍ୟକ୍ତି ଦଶଟି କୁକୁଡା ଘରେ ରଖି ତାର ଲାଳନପାଳନ କରୁଥିଲେ । ତେବେ କିଛିଦିନ ପୂର୍ବେ ସେ ତିରୁପତି ବୁଲିବାକୁ ଯାଇ ଘରକୁ ଫେରିବା ପରେ ସମସ୍ତ କୁକୁଡାଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ କେହି ତାଙ୍କ କୁକୁଡାଙ୍କ ଖାଦ୍ୟରେ ବିଷ ଦେଇ ମାରିଦେଇଥିବା ସେ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ପରେ ସମସ୍ତ କୁକୁଡାଙ୍କ ପୋଷ୍ଟମର୍ଟମ କରାଯାଇଥିଲା । ତେବେ କିଏ ଓ କାହିଁକି କୁକୁଡାଙ୍କୁ ବିଷ ଦେଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ କେଉଁ କାରଣରୁ କୁକୁଡାଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।