ଓଡିଶା

odisha

ସୁକମାରେ ସୁରକ୍ଷାକର୍ମୀଙ୍କ ଅପରେସନ; ଜଣେ ନକ୍ସଲ ନିହତ

By

Published : Jul 25, 2021, 10:56 AM IST

ସୁରକ୍ଷାକର୍ମୀଙ୍କ ନକ୍ସଲ ବିରୋଧୀ ଅପରେସନ । ରବିବାର ଛତିଶଗଡ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ଘଟିଛି । ଏହାସହ ସେଠାରେ କୁମ୍ବିଂକୁ ଅଧିକ ଜୋରଦାର କରାଯାଇଛି । ଅଧିକ ପଢନ୍ତୁ...

Chhattisgarh: Naxal killed in encounter in Sukma
ସୁକମାରେ ସୁରକ୍ଷା କର୍ମୀଙ୍କ ଅପରେସନ; ଜଣେ ନକ୍ସଲ ନିହତ

ରାୟପୁର: ସୁରକ୍ଷାକର୍ମୀଙ୍କ ନକ୍ସଲ ବିରୋଧୀ ଅପରେସନ । ରବିବାର ଛତିଶଗଡ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ଘଟିଛି । ଏହାସହ ସେଠାରେ କୁମ୍ବିଂକୁ ଅଧିକ ଜୋରଦାର କରାଯାଇଛି । ସୂଚନା ଅନୁସାରେ, ଚିନ୍ତାଗୁଫା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ମଣିପୁର ଗାଁ ନିକଟ ଜଙ୍ଗଲରେ ନକ୍ସଲ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ସୁରକ୍ଷା କର୍ମୀ । ପରେ ଡିଆରଜି ଓ ସୁରକ୍ଷା କର୍ମୀ (ସିଆରପିଏପ)ଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ଅପରେସନ ।

ସ୍ଥାନୀୟ ଅଞ୍ଚଳକୁ ଘେରା ବନ୍ଦୀ କରି ନେଇ କୁମ୍ବିଂ ଆରମ୍ଭ କରାଯାଇଥିଲା । ସେଠାରେ ଅପରେସନ ସମୟରେ ଜଣେ ନକ୍ସଲ ଟଳି ପଡିଥିଲା । ଘଟଣାସ୍ଥଳରୁ ଜଣେ ନକ୍ସଲଙ୍କ ମୃତଦେହ ଜବତ କରାଯାଇଥିଲା । ଜଙ୍ଗଲ ମଧ୍ୟରେ ଏକାଧିକ ନକ୍ସଲ ଥିବା ନେଇ କୁମ୍ବିଂକୁ ଜୋରଦାର କରାଯାଉଛି । ଏନେଇ ସୁକମା ଏସପି ସୁନୀଲ ଶର୍ମା ସୂଚନା ଦେଇଛନ୍ତି ।

ଏସପି କହିଛନ୍ତି ଯେ, ଘଟଣାସ୍ଥଳରୁ ମିଳିଥିବା ରକ୍ତ ଚିହ୍ନ ସୂଚନା ଦେଉଛି ଯେ, ଅନେକ ନକ୍ସଲ ଆହତ କିମ୍ବା ମୃତ୍ୟୁ ଘଟିଥାଇପାରେ । ତେବେ ସେମାନଙ୍କ ସହକର୍ମୀମାନେ ସେମାନଙ୍କୁ ଜଙ୍ଗଲ ଭିତରକୁ ନେଇ ଯାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details