ଓଡିଶା

odisha

ETV Bharat / bharat

GST କ୍ଷତିପୂରଣ 2022କୁ ବୃଦ୍ଧି କରିବାକୁ କେନ୍ଦ୍ରକୁ ଭୂପେଶଙ୍କ ଅନୁରୋଧ - ନିର୍ମଳା ସୀତାରମଣ

ଦ୍ରବ୍ୟ ଏବଂ ସେବା କର (GST)ର କ୍ଷତିପୂରଣ ଅବଧିକୁ 2022ରୁ ପାଞ୍ଚ ବର୍ଷକୁ ବୃଦ୍ଧି କରିବାକୁ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ରାଜ୍ୟକୁ ଦିଆଯାଇଥିବା ଅଂଶକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

GST କ୍ଷତିପୂରଣ 2022 କୁ ବୃଦ୍ଧି କରିବ୍କୁ କେନ୍ଦ୍ରକୁ ଭୂପେଶଙ୍କ ଅନୁରୋଧ
GST କ୍ଷତିପୂରଣ 2022 କୁ ବୃଦ୍ଧି କରିବ୍କୁ କେନ୍ଦ୍ରକୁ ଭୂପେଶଙ୍କ ଅନୁରୋଧ

By

Published : Nov 13, 2021, 9:40 AM IST

ରାୟପୁର: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଦ୍ରବ୍ୟ ଏବଂ ସେବା କର (ଜିଏସଟି)ର କ୍ଷତିପୂରଣ ଅବଧିକୁ 2022ରୁ ପାଞ୍ଚ ବର୍ଷକୁ ବୃଦ୍ଧି କରିବାକୁ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ରାଜ୍ୟକୁ ଦିଆଯାଇଥିବା ଅଂଶକୁ ବୃଦ୍ଧି କରିବା ପାଇଁ ସେ ଏହି ଚିଠି ଲେଖିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଥିବା ଚିଠିରେ ବଘେଲ ଛତିଶଗଡ ପାଇଁ ଆର୍ଥିକ ସମ୍ବଳ ମାଗିବା ସହ COVID-19 ମହାମାରୀ କାରଣରୁ ରାଜ୍ୟ ରାଜସ୍ୱ ପ୍ରଭାବିତ ହୋଇଛି ଏବଂ ଅଭିବୃଦ୍ଧି ପାଇଁ ରାଜ୍ୟ ସଂଗ୍ରାମ କରୁଛି । ରାଜ୍ୟ ଜନ କଲ୍ୟାଣ ଯୋଜନାର ସୁଗମ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଛି । ତେଣୁ କେନ୍ଦ୍ର ରାଜ୍ୟରୁ ଖଣି ଆବଣ୍ଟିତ କୋଇଲା ଖଣି ମାଲିକଙ୍କ ଠାରୁ ଦଣ୍ଡବିଧାନ ସ୍ବରୂପ ସଂଗ୍ରହ କରିଥିବା ୪.୧୪୦ କୋଟିକୁ ବର୍ତ୍ତମାନ କରନ୍ତୁ ବୋଲି ବଘେଲ ଚିଠିରେ ଅନୁରୋଧ କରିଛନ୍ତି ।

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରରୁ ଜିଏସଟି କ୍ଷତିପୂରଣ ଜରିଆରେ ରାଜ୍ୟ 6,500 କୋଟି ଟଙ୍କା ପାଇବ ବୋଲି ଆଶା କରାଯାଉଛି, କିନ୍ତୁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଏହି ଅର୍ଥ କେବଳ ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ୍) ପାଇଁ ଦିଆଯିବ, ଯାହା ପାଖାପାଖି 1,700 କୋଟି ଟଙ୍କା ହେବ ।

2014ରେ ସୁପ୍ରିମକୋର୍ଟ ଦେଶରେ 215 କୋଇଲା ବ୍ଲକ ଆବଣ୍ଟନକୁ ବାତିଲ କରିଦେଇଥିଲେ । ଏହି ନିର୍ଦ୍ଦେଶ ଅନୁଯାୟୀ, ଖଣି ଆବଣ୍ଟିତ କମ୍ପାନୀଗୁଡିକ ଉପରେ ଟନ୍ ପିଛା 295 ଟଙ୍କା ଜରିମାନା ଲାଗୁ କରାଯାଇଛି । ପରେ କମ୍ପାନୀଗୁଡିକ ଏହି ଦଣ୍ଡକୁ କେନ୍ଦ୍ରରେ ଜମା କରିଥିଲେ । ଛତିଶଗଡ ସରକାରଙ୍କୁ ରାଜ୍ୟରେ ଖଣି ଦିଆଯାଇଥିବା କମ୍ପାନୀ ଗୁଡିକ ଦ୍ୱାରା ଜମା ହୋଇଥିବା 4,140 କୋଟି ଟଙ୍କା କେନ୍ଦ୍ରରେ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ କୃଷକମାନଙ୍କ ଠାରୁ କିଣାଯାଇଥିବା ଅତିରିକ୍ତ ଧାନରୁ ଇଥାନଲ ଉତ୍ପାଦନକୁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ନିବେଦନ କରିଛନ୍ତି । ରାଜ୍ୟରେ ଅତିରିକ୍ତ ଧାନ ଉତ୍ପାଦନ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଆବଶ୍ୟକ ସହଯୋଗର ଅଭାବ ହେତୁ ରାଜ୍ୟ ସରକାରଙ୍କୁ ପ୍ରତିବର୍ଷ ବହୁ କ୍ଷତି ସହିବାକୁ ପଡିବ । ବାର୍ଷିକ 12 କୋଟି ଲିଟରରୁ ଅଧିକ ଇଥାନଲ ଉତ୍ପାଦନ ପାଇଁ ୮ଟି ବେସରକାରୀ ନିବେଶକଙ୍କ ସହ ରାଜ୍ୟ ସରକାର ଏକ ସ୍ମାରକପତ୍ର ସ୍ୱାକ୍ଷର କରିଛନ୍ତି । ଏଥିପାଇଁ କେନ୍ଦ୍ରର ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି ।

ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ରାଜ୍ୟରୁ କେନ୍ଦ୍ରୀୟ ପୁଲରେ 61.65 ଲକ୍ଷ MT ଅରୁଆ ଚାଉଳ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ଅତୀତରେ ଉଷୁନା ଚାଉଳ କ୍ରୟ କରାଯାଉଥିଲା । କେନ୍ଦ୍ର ଅନ୍ୟ ରାଜ୍ୟରୁ ଉଷୁନା ଚାଉଳ କ୍ରୟ କରୁଛନ୍ତି । ଏଫସିଆଇକୁ ଅତି କମରେ 24 ଲକ୍ଷ MT ଉଷୁନା ଚାଉଳ ରାଜ୍ୟରୁ ଗ୍ରହଣ କରିବାକୁ ଅନୁମତି ଦିଅନ୍ତୁ ବୋଲି ବଘେଲ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

@ANI

ABOUT THE AUTHOR

...view details