ଓଡିଶା

odisha

ଚୌମୁଖୀଙ୍କୁ ସାହା ହେଲେ ସୋନୁ, ମୁମ୍ବାଇରେ ଆରମ୍ଭ ହେଲା ଚିକିତ୍ସା

By

Published : Jun 4, 2022, 12:53 PM IST

ବିହାରର ୪ଟି ହାତ ଓ ୪ଟି ଗୋଡ଼ ଥିବା ଚୌମୁଖୀଙ୍କୁ ସାହଯ୍ୟରେ ହାତ ବଢାଇଲେ ସୋନୁ ସୁଦ। ମୁମ୍ବାଇରେ ଆରମ୍ଭ ହେଲା ଚିକିତ୍ସା । ଅଧିକ ପଢନ୍ତୁ

ଚୌମୁଖୀଙ୍କୁ ସାହା ହେଲେ ସୋନୁ ସୁଦ, ମୁମ୍ବାଇରେ ଆରମ୍ଭ ହେଲା ଚିକିତ୍ସା
ଚୌମୁଖୀଙ୍କୁ ସାହା ହେଲେ ସୋନୁ ସୁଦ, ମୁମ୍ବାଇରେ ଆରମ୍ଭ ହେଲା ଚିକିତ୍ସା

ପାଟନା: ଅଭିନେତା ସୋନୁ ସୁଦଙ୍କ ମହାନତା । ଅସହାୟଙ୍କୁ ସାହାଯ୍ୟ କରି ପୁଣି ଚର୍ଚ୍ଚାରେ । ବିହାରର ନବାଦ ଜିଲ୍ଲାର ଜଣେ ୪ଟି ହାତ ଓ ୪ଟି ଗୋଡ଼ ଥିବା ଚୌମୁଖୀଙ୍କୁ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛି ସୋନୁ । ସୋନୁ ସୁଦଙ୍କ ଏହି ମହାନତା ପାଇଁ ମୁମ୍ବାଇରେ ଆରମ୍ଭ ହୋଇଛି ଚୌମୁଖୀ କୁମାରୀଙ୍କ ଚିକିତ୍ସା(Chaumukhi Started Treatment in Mumbai)।

କିଛି ଦିନ ତଳେ ବିହାର ନାବାଦା ଜିଲ୍ଲାରେ ହେମଜା ପଞ୍ଚାୟତରେ ରହୁଥିବା ଚୌମୁଖୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ଦେଖିବା ପରେ ଶିଶୁଟିର ଚିକିତ୍ସା ପାଇଁ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଚୌମୁଖୀଙ୍କ ଅସ୍ତ୍ରୋପ୍ରଚାର ପାଇଁ ତାଙ୍କ ବାପା ମାଆଙ୍କୁ ଡାକିଥିଲେ । ବର୍ତ୍ତମାନ ଶିଶୁଟିର ଚିକିତ୍ସା ଆରମ୍ଭ ହୋଇଯାଇଥିବା ଜଣାପଡିଛି ।

ନାବାଦା ଜିଲ୍ଲାରେ ହେମଜା ପଞ୍ଚାୟତରେ ବାପା ମାଆଙ୍କ ସହ ରୁହନ୍ତି ଚୌମୁଖୀ କୁମାରୀ । ଚୌମୁଖୀଙ୍କ ଚିକିତ୍ସା ପାଇଁ ପାଖରେ ଅର୍ଥ ନଥିବାରୁ ବାପା ମାଆ ଚିନ୍ତିତ ଥିଲେ । କାରଣ ଗାଁର ଅନ୍ୟ ପିଲାମାନେ ଚୌମୁଖୀଙ୍କ ୪ଟି ହାତ ଓ ୪ଟି ଗୋଡ଼ ଥିବା ଦେଖି ଡରି ଯାଉଥିଲେ । ଏବେ ଶିଶୁଟିର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇବା ସହ ସେ ଆମ ପାଇଁ ଭଗବାନ ବୋଲି କହିଛନ୍ତି ଚୌମୁଖୀଙ୍କ ବାପା ମାଆ ।

ABOUT THE AUTHOR

...view details