ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବିରୋଧରେ ଆଜି ଚାର୍ଜସିଟ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା । ଆଜି କେନ୍ଦ୍ରୀୟ ସଂସ୍ଥା ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟରେ 60 ପୃଷ୍ଠା ବିଶିଷ୍ଟ ମଧ୍ୟବର୍ତ୍ତୀକାଳୀନ ଚାର୍ଜସିଟ ଦାଖଲ କରିଛି । ପୂର୍ବରୁ ଏହି ମାମଲାରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇ ଜେଲରେ ରହିଛନ୍ତି । ତାଙ୍କୁ ଏପର୍ଯ୍ୟନ୍ତ ବେଲ ମିଳିପାରିନି । ଏବେ ସଞ୍ଜୟଙ୍କ ବିରୋଧରେ ଆଜି ମଧ୍ୟବର୍ତ୍ତୀକାଳୀନ ଚାର୍ଜସିଟ ଦାଖଲ କରାଯାଇଛି ।
ଦିଲ୍ଲୀ ଅବକାରୀ ଘୋଟଲା ମାମଲାରେ ଅକ୍ଟୋବର 4 ତାରିଖରେ ସଞ୍ଜୟଙ୍କ ଘରେ ପ୍ରବର୍ତ୍ତନନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ନଗଦ ଟଙ୍କା ଓ ବହୁ କାଗଜପତ୍ର ମଧ୍ୟ ଜବତ କରିଥିବା ଇଡି କହିଥିଲା । ଏକାଧିକ ଘଣ୍ଟା ଜେରା କରିବା ପରେ ଅପରାହ୍ନରେ ସଞ୍ଜୟଙ୍କୁ ଗିରଫ କରିଥିଲା ଇଡି । ସଂଞ୍ଜୟ ଏହି ମାମଲାରେ ସମ୍ପୃକ୍ତ ଓ ୮୨ ଲକ୍ଷର ଚାନ୍ଦା ସଂଗ୍ରହ କରିଥିବା ତଦନ୍ତକାରୀ ସଂସ୍ଥା ଦର୍ଶାଇଥିଲା ।
କଣ ଏହି ବହୁଚର୍ଚ୍ଚିତ ଘୋଟାଲା:-