ନୂଆଦିଲ୍ଲୀ:ଚନ୍ଦ୍ରଯାନ 3ର ଲ୍ୟାଣ୍ଡର ‘ବିକ୍ରମ’ ଲ୍ଯାଣ୍ଡିଂ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା କରିବାର କିଛି ଘଣ୍ଟା ମଧ୍ୟରେ ସଫଳତାର ସହ ଲ୍ୟାଣ୍ଡରରୁ ବାହାରକୁ ବାହାରିଲା ଲ୍ୟାଣ୍ଡରରୁ ରୋଭର ‘ପ୍ରଜ୍ଞାନ’ । ନିର୍ଦ୍ଧାରିତ ସମୟରେ ରୋଭର ପ୍ରଜ୍ଞାନକୁ ଲ୍ୟାଣ୍ଡରରୁ ପୃଥକ କରଯାଇଛି । 14 ଦିନ ପର୍ଯ୍ୟନ୍ତ ଏହି ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରିବ । ଚନ୍ଦ୍ରର ଭୌଗଳିକ ସ୍ଥିତି, ମୂର୍ତ୍ତିକା ଓ ପାଣି ସମ୍ପର୍କରେ ଅନୁଧ୍ଯାନ କରି ଇସ୍ରୋକୁ ତଥ୍ୟ ପ୍ରଦାନ କରିବ । ଏହାର ଜୀବନ ଅବଧି ହେଉଛି 14 ଦିନ ଅର୍ଥାତ ଚନ୍ଦ୍ରପୃଷ୍ଠରେ ଏହା ମାତ୍ର ଗୋଟିଏ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବ ।
ମହାକାଶ ବଗେଷଣା କ୍ଷେତ୍ରରେ ଇତିହାସ ସୃଷ୍ଟି କଲା ଭାରତ । ସଫଳ ହେଲା ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-3 । ଦୀର୍ଘ 50 ଦିନର ମହାକାଶ ଯାତ୍ରା ଶେଷ କରି ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳତାର ଲ୍ୟାଣ୍ଡିଂ କଲା ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-3 ଲ୍ଯାଣ୍ଡର ‘ବିକ୍ରମ’। 5.45 ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ରଫ ବ୍ରେକିଂ ପ୍ରକ୍ରିୟା । ପୂର୍ବ ନିର୍ଦ୍ଧାରିତ ସମୟ ଭାରତୀୟ ସମୟ ସଂଧ୍ୟା 6 ଟା 4 ମିନିଟରେ ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଏହି ସମସ୍ତ ପ୍ରକ୍ରିୟା ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟ ମିଶନ କଣ୍ଟ୍ରୋଲରୁ ନିୟନ୍ତ୍ରିତ କରାଯାଇଥିଲା । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର 4ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି ।