ଓଡିଶା

odisha

By

Published : Dec 25, 2021, 1:32 PM IST

Updated : Dec 25, 2021, 4:35 PM IST

ETV Bharat / bharat

OMICRON UPDATE: ୧୦ ରାଜ୍ୟକୁ ଯିବେ ୧୦ ଜଣିଆ କେନ୍ଦ୍ରୀୟ ଟିମ

୧୦ ରାଜ୍ୟକୁ ଯିବେ କୋନ୍ଦ୍ରୀୟ ଟିମ । ଦେଶର ସର୍ବାଧିକ କୋରୋନା ସଂକ୍ରମଣ ଓ ଓମିକ୍ରନ ବୃଦ୍ଧି ପାଉଥିବା ଚିହ୍ନଟ ରାଜ୍ୟକୁ ଯିବେ ୧୦ କେନ୍ଦ୍ରୀୟ ଟିମ । ଅଧିକ ପଢ଼ନ୍ତୁ

Centre to deploy multi-disciplinary teams in 10 states
୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ

ନୂଆଦିଲ୍ଲୀ: ଦେଶର ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ । ଦେଶର ସର୍ବାଧିକ ସଂକ୍ରମଣ ବୃଦ୍ଧି ପାଉଥିବା ୧୦ ରାଜ୍ୟକୁ ଯିବେ ୧୦ ଜଣିଆ କେନ୍ଦ୍ରୀୟ ଟିମ୍ । କୋରୋନା ସଂକ୍ରମଣ ରୋକିବା ଓ ଟୀକାକରଣ ବୃଦ୍ଧି ନେଇ ପରାମର୍ଶ ଦେବେ ।

ସାରା ଦେଶରେ ଏବେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । ଏଥିସହ ଦେଶରେ ଏଯାଏଁ ୧୭ ରାଜ୍ୟକୁ ଓମିକ୍ରନ ଭାରିଏଣ୍ଟ ଛୁଇଁ ସାରିଲାଣି । ତେଣୁ କରୋନା ସଂକ୍ରମଣ ଓ ଓମିକ୍ରନ ବୃଦ୍ଧି ପାଉଥିବା ୧୦ ରାଜ୍ୟ ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ, ମିଜୋରାମ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଓ ପଞ୍ଜାବକୁ ଯିବେ ୧୦ କେନ୍ଦ୍ରୀୟ ଟିମ୍ । ୩ରୁ ୫ ଦିନ ରହି ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ କାମ କରିବା ସହ ସେଠାକାର ସ୍ଥିତି ପରଖିବେ ।

ଏହି ରାଜ୍ୟ ଗୁଡ଼ିକରେ କୋରୋନା ସଂକ୍ରମଣକୁ କିପରି ରୋକା ଯାଇପାରିବ ଓ ଟୀକାକରଣକୁ ବୃଦ୍ଧି କରାଯିବ ସେନେଇ ପରାମର୍ଶ ଦେବେ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ବିଶେଷ ଭାବରେ କେନ୍ଦ୍ରୀୟ ଟିମ୍ ଏହି ରାଜ୍ୟ ଗୁଡ଼ିକର କଣ୍ଟାକ୍ଟ ଟ୍ରେସିଂ, କୋଭିଡ ଟେଷ୍ଟ, କଣ୍ଟେନମେଣ୍ଟ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିବେ ।

@ANI

Last Updated : Dec 25, 2021, 4:35 PM IST

ABOUT THE AUTHOR

...view details