ନୂଆଦିଲ୍ଲୀ: କେନ୍ଦ୍ର ବିଭିନ୍ନ ସହରରେ ବାୟୁ ଗୁଣବତ୍ତା ପଦକ୍ଷେପ ଗୁଡିକର ଉନ୍ନତି ପାଇଁ 15 ଟି ରାଜ୍ୟକୁ ପ୍ରଥମ କିସ୍ତି ଭାବରେ 2,200 କୋଟି ଟଙ୍କା ଜାରି କରିଛି। 15ତମ ଅର୍ଥ ଆୟୋଗର ସୁପାରିଶକୁ ଆଧାର କରି ଏହି ରାଶି ପ୍ରକାଶ ପାଇଛି।
ବାୟୁ ଗୁଣବତ୍ତାରେ ସୁଧାର ପାଇଁ କେନ୍ଦ୍ରର ପ୍ରୟାସ, 15 ରାଜ୍ୟକୁ 2 ହଜାର କୋଟି
କେନ୍ଦ୍ର ବିଭିନ୍ନ ସହରରେ ବାୟୁ ଗୁଣବତ୍ତା ପଦକ୍ଷେପ ଗୁଡିକର ଉନ୍ନତି ପାଇଁ 15 ଟି ରାଜ୍ୟକୁ ପ୍ରଥମ କିସ୍ତି ଭାବରେ 2,200 କୋଟି ଟଙ୍କା ଜାରି କରିଛି। ଅଧିକ ପଢନ୍ତୁ..
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କାର୍ଯ୍ୟାଳୟ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ହିତାଧିକାରୀ ରାଜ୍ୟମାନଙ୍କୁ ବାୟୁ ଗୁଣବତ୍ତା ପଦକ୍ଷେପ ନେବାରେ ସାହାଯ୍ୟ କରିବ । ଏହାଦ୍ବାରା ବିଭିନ୍ନ ସହର ମଧ୍ୟରେ ସ୍ଥାନୀୟ ସଂସ୍ଥା ଗୁଡିକର ଦକ୍ଷତା ବୃଦ୍ଧି ପାଇବ।
ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଏହି ରାଶି ଦିଆଯାଇଛି । ମୋଟ ରାଶି ମଧ୍ୟରୁ 396.5 କୋଟି ଟଙ୍କା ମହାରାଷ୍ଟ୍ରକୁ, ଗୁଜୁରାଟକୁ 202.5 କୋଟି, ଉତ୍ତରପ୍ରଦେଶକୁ 357 କୋଟି ଏବଂ ପଶ୍ଚିମବଙ୍ଗକୁ 209.5 କୋଟି ଟଙ୍କା ପ୍ରଦାନ କରାଯାଇଛି।