ଓଡିଶା

odisha

ETV Bharat / bharat

ଡ୍ରୋନ ଉଡାଣ ପାଇଁ ଦେଶରେ ମୋଟ 166 ଗ୍ରୀନ ଜୋନ ଚିହ୍ନଟ, ଓଡିଶାରୁ ସର୍ବାଧିକ 30

ଦେଶରେ ଡ୍ରୋନ ଅପରେସନକୁ ସରଳ ଓ ସୁଗମ ତଥା ପ୍ରୋତ୍ସାହିତ କରିବା ପାଇଁ ସାରା ଦେଶରେ ମୋଟ 166 ଅତିରିକ୍ତ ଗ୍ରୀନ ଜୋନ ଚିହ୍ନଟ । ଓଡିଶାରୁ ସର୍ବାଧିକ 30 ସ୍ଥାନ ସାମିଲ । ଅଧିକ ପଢନ୍ତୁ...

By

Published : May 29, 2021, 9:22 PM IST

ଡ୍ରୋନ ଉଡାଣ ପାଇଁ ଦେଶରେ ମୋଟ 166 ଗ୍ରୀନ ଜୋନ ଚିହ୍ନଟ, ଓଡିଶାରୁ ସର୍ବାଧିକ 30
ଡ୍ରୋନ ଉଡାଣ ପାଇଁ ଦେଶରେ ମୋଟ 166 ଗ୍ରୀନ ଜୋନ ଚିହ୍ନଟ, ଓଡିଶାରୁ ସର୍ବାଧିକ 30

ନୂଆଦିଲ୍ଲୀ:ଦେଶରେ ଡ୍ରୋନ ଅପରେସନକୁ ସରଳ, ସୁଗମ ତଥା ପ୍ରୋତ୍ସାହିତ କରିବା ପାଇଁ ସାରା ଦେଶରେ ମୋଟ 166 ଅତିରିକ୍ତ ଗ୍ରୀନ ଜୋନ ନୋ-ପରମିଶନ-ନୋ-ଟେକଅଫ୍(NPNT) ଜୋନକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମତି ଦେଇଛି। ଅନୁମୋଦିତ ସାଇଟଗୁଡିକୁ ଭୂମି ସ୍ତରରୁ 400 ଫୁଟ ପର୍ଯ୍ୟନ୍ତ ଡ୍ରୋନ ଉଡାଣ ତଥା ବ୍ୟବହାର ଅନୁମତି ଦେଇଛି ଡିଜିସିଏ ।

166ଟି ନୂତନ ଅନୁମୋଦିତ ଗ୍ରୀନ ଜୋନ ମଧ୍ୟରୁ ସର୍ବାଧିକ 30ଟି ଲେଖାଏଁ ଓଡିଶା ଏବଂ ଝାଡଖଣ୍ଡରେ ରହିଥିବା ଜଣାପଡିଛି । ଓଡିଶା ସାଇଟଗୁଡିକ ମଧ୍ୟରୁ 6 ଟି ଅନୁଗୋଳରେ, ଭବାନୀପାଟଣାରେ ଗୋଟିଏ, କୋରାପୁଟରେ 7, ପଦ୍ମପୁରରେ 7, ପାଟଣାଗଡରେ 7, ରାୟଗଡାରେ 2, ସୁନ୍ଦରଗଡରେ ଏବଂ ତାଳଚେର ସହରରେ 5ଟି ଗ୍ରୀନଜୋନ ଚିହ୍ନିତ କରାଯାଇଛି ।

ଏନପିଏନଟି ଅନୁପାଳନ ଅନୁଯାୟୀ, ରିମୋର୍ଟ କଣ୍ଟ୍ରୋଲ ପାଇଲଟ୍ ବିମାନ ଭାରତରେ ଅପରେସନ ଆରମ୍ଭ କରିବା ପୂର୍ବରୁ ଡିଜିଟାଲ୍ ସ୍କାଏ ପ୍ଲାଟଫର୍ମ ମାଧ୍ୟମରେ ବୈଧ ଅନୁମତି ହାସଲ କରିବାକୁ ପଡିବ । ଏହି ବ୍ୟବସ୍ଥାରେ ଲାଭ ପାଇବାକୁ ଥିବା ଉପଭୋକ୍ତାମାନଙ୍କୁ ଅନଲାଇନ୍ ପୋର୍ଟାଲରେ ପଞ୍ଜିକରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏଥିପାଇଁ ଜାତୀୟ ମାନବ ବିହୀନ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାରେ ପଞ୍ଜୀକୃତ ହେବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details