ଓଡିଶା

odisha

ETV Bharat / bharat

ଦେଶର ୪ଟି ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ

ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୪ଟି ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି କରାଯାଇଛି । ଅଧିକ ପଢନ୍ତୁ

law and justice ministry
law and justice ministry

By

Published : Feb 13, 2023, 9:26 AM IST

ନୂଆଦିଲ୍ଲୀ:ଦେଶର ୪ଟି ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି କରାଯାଇଛି । ରବିବାର ଦିନ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ଗୌହାଟୀ, ତ୍ରିପୁରା, ଜମ୍ମୁ କାଶ୍ମୀର ଓ ଗୁଜୁରାଟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି ।

ଗୁଜୁରାଟ ହାଇକୋର୍ଟ ବିଚାରପତି ସୋନିଆ ଗିରିଧର ଗୋକାନୀଙ୍କୁ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଗୋକାନୀ ପ୍ରଥମ ମହିଳା ହେବେ । ରାଜସ୍ଥାନ ହାଇକୋର୍ଟର ବିଚାରପତି ସନ୍ଦୀପ ମେହେଟ୍ଟାଙ୍କୁ ଗୌହାଟୀ ହାଇକୋର୍ଟରେ ମୁଖ୍ୟ ବିଚାରପତି, ଓଡିଶା ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ସିଂହଙ୍କୁ ତ୍ରିପୁରା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି । ଗୌହାଟୀ ହାଇକୋର୍ଟ ବିଚାରପତି ଏନ.କୋଟିଶ୍ବର ସିଂହଙ୍କୁ ଜମ୍ମୁ କଶ୍ମୀର-ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିବା ନେଇ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Session of Jamiat Ulema-e-Hind: 'ଆଲ୍ଲା ଓ ଓମ ଏକ', ମଦନିଙ୍କ ବୟାନକୁ ନେଇ ବିବାଦ

ନିକଟରେ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ଏହାପରେ ଏହି ପଦବୀ ଖାଲି ପଡିବାରୁ ଗତକାଲି ଜଷ୍ଟିସ୍ ସୋନିଆ ଗିରିଧର ଗୋକାନୀଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ୬ ତାରିଖ ଦିନ ସୁପ୍ରିମକୋର୍ଟରେ ନୂଆ ୫ ବିଚାରପତି ନିଯୁକ୍ତ ପରେ ଶପଥ ଗ୍ରହଣ କରିଥିଲେ । ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତ୍ତଲ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କରୋଲ, ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପିଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା, ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ମନୋଜ ମିଶ୍ରା ସୁପ୍ରିମକୋର୍ଟରେ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ଏହାପରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଥିବା ବେଳେ ଆହୁରି ୨ଟି ବିଚାରପତି ପଦବୀ ଖାଲିପଡିଥିଲା । ଗତ ଫେବୃଆରୀ ୧୦ ତାରିଖରେ ଏହି ୨ଟି ପଦବୀରେ ଦୁଇ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଥିଲା । ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି କରାଯାଇଥିଲା । ଆଜି ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ABOUT THE AUTHOR

...view details