ଓଡିଶା

odisha

By

Published : Mar 31, 2021, 10:31 PM IST

ETV Bharat / bharat

ଅନ୍ତିମ ମୁହୂର୍ତ୍ତରେ ଘୁଞ୍ଚିଲା ଆଧାର-ପାନ ଲିଙ୍କ୍‌ ଶେଷ ତାରିଖ, ଏବେ 30 ଜୁନ ଯାଏଁ ସମୟ

ମହାମାରୀ କୋରୋନା ସଙ୍କଟ କି ଅନ୍ୟ କୌଣସି କାରଣରୁ ଆପଣ ବର୍ତ୍ତମାନ ଯାଏଁ ଯଦି ନିଜ ପାନ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରାଇ ନାହାନ୍ତି ତ, ଆପଣଙ୍କ ପାଇଁ ଏହା ଆଶ୍ବସ୍ତର ବଡ ଖବର । ଅଧିକ ପଢନ୍ତୁ...

ଅନ୍ତିମ ମୁହୂର୍ତ୍ତରେ ଘୁଞ୍ଚିଲା ଆଧାର-ପାନ ଲିଙ୍କ୍‌ ଶେଷ ତାରିଖ, ଏବେ 30 ଜୁନ ଯାଏଁ ସମୟ
ଅନ୍ତିମ ମୁହୂର୍ତ୍ତରେ ଘୁଞ୍ଚିଲା ଆଧାର-ପାନ ଲିଙ୍କ୍‌ ଶେଷ ତାରିଖ, ଏବେ 30 ଜୁନ ଯାଏଁ ସମୟ

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ କି ଅନ୍ୟ କୌଣସି କାରଣରୁ ଆପଣ ବର୍ତ୍ତମାନ ଯାଏଁ ଯଦି ନିଜ ପାନ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରାଇ ନାହାନ୍ତି ତ, ଆପଣଙ୍କ ପାଇଁ ଏହା ଆଶ୍ବସ୍ତର ବଡ ଖବର । ପାନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିବା ପାଇଁ ଆହୁରି 3 ମାସର ସମୟ ଦେଇଛନ୍ତି କେନ୍ଦ୍ର ସରକାର ।

ପାନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିବାର ସମୟସୀମା ଏବେ ଜୁନ 31 ଯାଏଁ ବଢାଇ ଦେଇଛନ୍ତି ସରକାର । ଏହା ପୂର୍ବରୁ ବୁଧବାର ରାତି 12ଟା ଯାଏଁ ଥିଲା ପାନ କାର୍ଡକୁ ଆଧାର ସହିତ ଲିଙ୍କ କରାଇବାର ଶେଷ ସମୟ ଥିଲା । 2021 ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା କେନ୍ଦ୍ର ବଜେଟରେ ପାନ ସହ ଆଧାର କାର୍ଡ ଲିଙ୍କ ବାଧ୍ୟମତାମୂଳକ ବୋଲି ଘୋଷଣା କରିଥିଲେ । ପୂର୍ବରୁ 2020 ଜୁନ 30 ଯାଏଁ ଆଧାର ସହ ପାନ ଲିଙ୍କ କରିବାକୁ ଧାର୍ଯ୍ୟ ହୋଇଥିଲେ ବି କୋଭିଡ- 19 ମହାମାରୀ ଯୋଗୁଁ ସରକାର ଏହି ଅବଧିକୁ 2021 ମାର୍ଚ୍ଚ 31 ଯାଏଁ ବଢାଇଥିଲେ ।

ବୁଧବାର ପାନ କାର୍ଡକୁ ଆଧାର ସହିତ ଲିଙ୍କ କରାଇବାର ଅନ୍ତିମ ତାରିଖ ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ଜନସାଧାରଣଙ୍କୁ ଆଶ୍ବସ୍ତି ଦେଇଛନ୍ତି । କୋରୋନା ମହାମାରୀ କାରଣରୁ ଉତ୍ପନ୍ନ ସମସ୍ୟା କାରଣରୁ ପାନ କାର୍ଡକୁ ଆଧାର ସହିତ ଲିଙ୍କ କରାଇବାର ଅନ୍ତିମ ତାରିଖ 31 ମାର୍ଚ୍ଚରୁ 2021ରୁ ବୃଦ୍ଧି କରି 30 ଜୁନ 2021 ଯାଏଁ ବଢାଇ ଦିଆଯାଇଛି ।

ABOUT THE AUTHOR

...view details