ଓଡିଶା

odisha

ETV Bharat / bharat

ପଶୁ ସମ୍ପଦ ବିକାଶ ଉପରେ କେନ୍ଦ୍ରର ଫୋକସ, ଏଥର ଗଡିବ ଆମ୍ବୁଲାନ୍ସ

ଆଧୁନିକ ଟେକ୍ନୋଲୋଜି ଉପଯୋଗ କରି ବ୍ରିଡର ବିକାଶ କରାଯିବ । ପଶୁଙ୍କ ପାଇଁ ଆମ୍ବୁଲାନ୍ସ ଚଳାଇବାର କରାଯିବ ବ୍ୟବସ୍ଥା । କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଆଯାଇଛି ବଡ ନିଷ୍ପତ୍ତି । ଅଧିକ ପଢନ୍ତୁ...

By

Published : Jul 14, 2021, 6:02 PM IST

ପଶୁ ସମ୍ପଦର ବିକାଶ ଉପରେ କେନ୍ଦ୍ରର ଫୋକସ, ଏଥର ଗଡିବ ଆମ୍ବୁଲାନ୍ସ
ପଶୁ ସମ୍ପଦର ବିକାଶ ଉପରେ କେନ୍ଦ୍ରର ଫୋକସ, ଏଥର ଗଡିବ ଆମ୍ବୁଲାନ୍ସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ସହ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ଏଥର ପଶୁ ସମ୍ପଦ ଉପରେ ଦିଆଯାଉଛି ଫୋକସ । ଏହାଯୋଗୁଁ ପଶୁପାଳନ ଓ ଅନ୍ୟକ୍ଷେତ୍ରକୁ ଲାଭ ପହଁଞ୍ଚିବ ବୋଲି କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ପଶୁଙ୍କ ପାଇଁ ଘୋଷଣା କରାଯାଇଛି ପ୍ୟାକେଜ । କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ଆଧୁନିକ ଟେକ୍ନୋଲୋଜି ଉପଯୋଗ କରି ବ୍ରିଡର ବିକାଶ କରାଯିବ । ପଶୁଙ୍କ ପାଇଁ ଆମ୍ବୁଲାନ୍ସ ଚଳାଇବାର କରାଯିବ ବ୍ୟବସ୍ଥା । ଏଥିପାଇଁ ଆଗାମୀ 5 ବର୍ଷ ପାଇଁ 9800 କୋଟି ଟଙ୍କାର ପାଣ୍ଠି କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯିବ । ତେବେ ଏହି ପୁରା ଯୋଜନା 54 ହଜାର କୋଟି ଟଙ୍କା ହୋଇଥିବା ଜଣାପଡିଛି ।

ପଶୁ ସମ୍ପଦର ଉପଯୋଗ ଦିଗରେ ସଠିକ ବ୍ୟବହାର ଦିଗରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର । ଏହାପୂର୍ବରୁ କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ଏବଂ ଦୁଗ୍ଧ ଉଦ୍ୟୋଗ ମନ୍ତ୍ରୀ ଗିରିରାଜ ସିଂହ ପଶୁ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏଚ୍‌ଆଇଡିଏଫ୍‌) କାର୍ଯ୍ୟକାରିତାର ନିର୍ଦେଶାବଳୀକୁ ଉନ୍ମୋଚନ କରିଥଇଲେ । 2024 ସୁଦ୍ଧା ଦେଶରେ ଦୁଗ୍ଧ ଉତ୍ପାଦନ 33 କୋଟି ଟନରେ ପହଞ୍ଚିବା ଆଶା ରଖିଛନ୍ତି ସରକାର ।

ABOUT THE AUTHOR

...view details