ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ବଡ ଖବର । ଏଣିକି ଦୁଇ ଭାଗ ହେବ ଶିକ୍ଷାବର୍ଷ । ପ୍ରତି ବର୍ଷ ଶେଷରେ ହେବ ବୋର୍ଡ ପରୀକ୍ଷା । ଦୁଇଟି ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଦୁଇଟି ଯାକ ପରୀକ୍ଷାର ମାର୍କ ମିଶି ଚୂଡାନ୍ତ ପରୀକ୍ଷା ଫଳ ପ୍ରକାଶିତ ହେବ । ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ 2021-22 ଏକାଡେମିକ୍ ଅଧିବେଶନରେ ଏହି ପରିବର୍ତ୍ତନ କରି ଏହି ନୂତନ ନିୟମ ଜାରି ହୋଇଛି ।
ଚଳିତ ଶିକ୍ଷା ବର୍ଷରେ ଯେପରି ଆଉ ଏପରି ସମସ୍ୟା ନ ଉପୁଜେ ସେଥିପାଇଁ ସିବିଏସସି ପକ୍ଷରୁ ଏହି ବୋର୍ଡକୁ ଦୁଇଭାଗ କରାଯାଇଛି । ସିଲାବସ 50ପ୍ରତିଶତ କରାଯାଇଛି । ପ୍ରଥମ ଭାଗରେ ଅଧା ସିଲାବସ ଦ୍ବିତୀୟ ଭାଗରେ ଆଉ ଅଧା ସିଲାବସ ଅନୁସାରେ ପିଲାମାନେ ପାଠ ପଢିବେ । ନଭେମ୍ବର-ଡିସେମ୍ବରରେ ଟର୍ମ-1 ଓ ମାର୍ଚ୍ଚ-ଏପ୍ରିଲରେ ଟର୍ମ-2 ପରୀକ୍ଷା ହେବ । ଦୁଇ ପରୀକ୍ଷା ମାର୍କକୁ ମିଶାଇ ମୂଲ୍ୟାଙ୍କନ କରାଯିବ ।