ଓଡିଶା

odisha

ETV Bharat / bharat

CBSE Class 10-12 Exams: ଜାରି ହେଲା ସୂଚୀ, ଫେବୃଆରୀ 15ରୁ ଆରମ୍ଭ - ଆରମ୍ଭ ହେବ ସିବିଏସଇ ପରୀକ୍ଷା

ସିବିଏସଇ ପ୍ରକାଶ କଲା 10ମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସୂଚୀ (CBSE Class 10 and 12 exams date) । ଫେବୃଆରୀ 15ରୁ ଆରମ୍ଭ ହୋଇ ମାର୍ଚ୍ଚ 21 ତାରିଖରେ ହେବ ଶେଷ । cbse.gov.in ବିସ୍ତୃତ ସୂଚନା ପାଇପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

CBSE Class 10 & 12 exams: ଜାରି ହେଲା ସୂଚୀ, ଫେବୃଆରୀ 15ରୁ ଆରମ୍ଭ
CBSE Class 10 & 12 exams: ଜାରି ହେଲା ସୂଚୀ, ଫେବୃଆରୀ 15ରୁ ଆରମ୍ଭ

By

Published : Dec 29, 2022, 10:56 PM IST

ହାଇଦ୍ରାବାଦ:ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ସୂଚୀ ଜାରି କଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) । ଏନେଇ ବୋର୍ଡ ଏକ ଡେଟ ସିଟ ପ୍ରକାଶ କରିଛି । ଫେବୃଆରୀ 15ରୁ ମାର୍ଚ୍ଚ 21 ତାରିଖ ମଧ୍ୟରେ ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଶେଷ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି (CBSE Class 10 and 12 exams date) । ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in ରେ ଛାତ୍ରଛାତ୍ରୀ ଏହି ସୂଚୀର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବା ସହ ଡାଉନଲୋଡ୍ ମଧ୍ୟ କରିପାରିବେ ।

ତେବେ ଜାରି କରାଯାଇଥିବା ଡେଟ ସିଟ ଅନୁସାରେ ପରୀକ୍ଷା ପୂର୍ବାହ୍ନ 10.30 ରୁ ଆରମ୍ଭ ହେବ (CBSE Class 10 and 12 exams date) । ଦୁଇଟି ପେପର ପରୀକ୍ଷା ମଧ୍ୟରେ ଯଥେଷ୍ଟ ସମୟ ବ୍ୟବଧାନ ମଧ୍ୟ ରହିଛି । ଛାତ୍ରାଛାତ୍ରୀଙ୍କୁ ପରୀକ୍ଷା ସମ୍ପର୍କିତ ସମସ୍ତ ବିସ୍ତୃତ ସୂଚନା ଓ ସର୍ତ୍ତାବଳୀ ସମ୍ପର୍କରେ ଜାଣିବା ପାଇଁ ବୋର୍ଡର ଅଫିସିଆଲ ଓ୍ବେବସାଇଟରେ (cbse.gov.in) ଲଗଇନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details