ହାଇଦ୍ରାବାଦ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୁଣି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)ର ଚଢାଉ । ପୂର୍ବରୁ ସିସୋଦିଆଙ୍କ ଘରେ ଚଢାଉ ହୋଇସାରିଥିବା ବେଳେ ଆଜି ପୁଣି ତାଙ୍କ ସରକାରୀ ଦପ୍ତରରେ ଚଢାଉ ଜାରି ରହିଛି । ଆଜି ଅପରାହ୍ନରେ ଦିଲ୍ଲୀ ସଚିବାଳୟରେ ଥିବା ସିସୋଦିଆଙ୍କ କାର୍ଯ୍ୟାଳୟରେ ଏହି ଚଢାଉ ଜାରି ରଖିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଚଢାଉର ଫଳାଫଳ ସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସିନି ।
କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଆଜିର କାର୍ଯ୍ୟାନୁଷ୍ଠାନ ନେଇ ନିଜେ ସିସୋଦିଆ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘‘ମୋ କାର୍ଯ୍ୟାଳୟରେ ପୁଣି ଥରେ ଚଢାଉ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନକୁ ମୁଁ ସ୍ବାଗତ କରୁଛି । ମୋ ଅଫିସ ଉପରେ ପୂର୍ବରୁ ମଧ୍ୟ ଚଢାଉ ହୋଇସାରିଛି । ଏପରିକି ସେମାନେ ମୋ ଲକର ସର୍ଚ୍ଚ କରିବା ସହ ମୋ ଗାଁ କୁ ମଧ୍ୟ ଯାଇଥିଲେ । ମୋ ବିରୋଧରେ କିଛି ପ୍ରମାଣ ସେମାନଙ୍କୁ ମିଳିଲା ନାହିଁ ଏବଂ ଆଗକୁ ମଧ୍ୟ କିଛି ମିଳିବ ନାହିଁ । କାରଣ ମୁଁ କିଛି ଭୁଲ କରି ନାହିଁ । ଦିଲ୍ଲୀର ଛାତ୍ରଛାତ୍ରୀ ଶିକ୍ଷା ପାଇଁ ମୁଁ ସଚ୍ଚୋଟ ଭାବରେ କାର୍ଯ୍ୟ କରିଛି ।"
ଏହା ମଧ୍ୟ ପଢନ୍ତୁ:-Delhi Excise Policy Scam Case: 9 ଘଣ୍ଟା ଜେରା ପରେ CBI କାର୍ଯ୍ୟାଳୟରୁ ବାହାରିଲେ ସିସୋଦିଆ