ଓଡିଶା

odisha

ମନୀଷ ସିସୋଦିଆଙ୍କ ନାଁରେ ଲୁକଆଉଟ ସର୍କୁଲାର ଜାରି କଲା CBI

By

Published : Aug 21, 2022, 9:36 AM IST

Updated : Aug 21, 2022, 10:04 AM IST

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ବଢିବାରେ ଲାଗିଛି । ଅବକାରୀ ଦୁର୍ନୀତି ମାମଲାର ସମସ୍ତ ଅଭିଯୁକ୍ତଙ୍କ ସମେତ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁରେ ଲୁକଆଉଟ ସର୍କୁଲାର ଜାରି କରିଛି ସିବିଆଇ । ଅଧିକ ପଢନ୍ତୁ

Manish Sisodia
Manish Sisodia

ନୂଆଦିଲ୍ଲୀ: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଅଡୁଆ ବଢିବାରେ ଲାଗିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ସମସ୍ତ ଅଭିଯୁକ୍ତଙ୍କ ସମେତ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁରେ ଲୁକଆଉଟ ସର୍କୁଲାର ଜାରି କରିଛି ସିବିଆଇ । ଜାରି ହୋଇଥିବା ଲୁକଆଉଟ ସର୍କୁଲାରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଉପରେ କଟକଣା ଲଗାଇଛି ସିବିଆଇ । ଦେଶ ଛାଡି ପାରିବେନି ମନୀଷ ସିସୋଦିଆ । ମୋଟ ୧୪ ଜଣଙ୍କ ବିରୋଧରେ ଲୁକ୍‌ ଆଉଟ ନୋଟିସ ହୋଇଛି ।

ସିସୋଦିଆଙ୍କ ବିଦେଶ ଗସ୍ତ ଉପରେ କଟକଣା ଲାଗିଛି । ଯଦି ସେ ଏହାର ଅବମାନନା କରନ୍ତି ତେବେ ତାଙ୍କୁ ଗିରଫ କରାଯିବ । ଅବକାରୀ ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଲୁକ ଆଉଟ ସର୍କୁଲାର ଜାରି ପରେ ପ୍ରତିକ୍ରିୟା ରଖିଛନ୍ତି ମନୀଷ ସିସୋଦିଆ । ଟ୍ବିଟ କରି ମନୀଷ ସିସୋସିଆ କହିଛନ୍ତି, ''ତୁମର ସବୁ ରେଡ ଫେଲ ହୋଇଗଲା । କିଛି ମିଳିଲା ନାହିଁ । ଗୋଟିଏ ଟଙ୍କାର ହେରଫେର ହୋଇଥିବା ନେଇ କିଛି ପ୍ରମାଣ ମିଳିଲା ନାହିଁ । ଏବେ ଲୁକ ଆଉଟ ନୋଟି ଜାରି କରି ମନୀଷ ସିସୋଦିଆ ମିଳୁ ନାହାନ୍ତି ବୋଲି କହୁଛ । ଏ କି ଡ୍ରାମା ମୋଦିଜୀ । ମୁଁ ଦିଲ୍ଲୀରେ ଆରାମରେ ବୁଲୁଛି କୁହ କେଉଁଠିକୁ ଯିବି । ତୁମକୁ ମୁଁ ମିଳୁନାହିଁ । ''

ଏହା ବି ପଢନ୍ତୁ...ଅବକାରୀ ଦୁର୍ନୀତି ମାମଲାରେ ପୁଣି ୫ ଜଣଙ୍କୁ ସମନ, ଗିରଫ ଆଶଙ୍କା କଲେ ସିସୋଦିଆ

ଶୁକ୍ରବାର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢାଉ ହୋଇଥିଲା । ପରେ ଶନିବାର ଆଉ ୫ ଜଣଙ୍କୁ (CBI summons five accused in Delhi Excise case) ସଂସ୍ଥା ପକ୍ଷରୁ ସମନ ଜାରି କରାଯାଇଥିଲା ।ସମନ ପାଇଥିବା ବ୍ୟକ୍ତିମାନେ ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ହାଜର ହେବା ନେଇ ନିର୍ଦ୍ଦେଶ ରହିଥିଲା । ପୂର୍ବରୁ ସିବିଆଇ ଏହି ମାମଲାର ପଚରାଉଚରା ଆରମ୍ଭ କରିଥିଲା ଓ ତିନି ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଥିଲା । ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍‌ଆଇଆର୍‌ରେ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାଁ ସାମିଲ ଅଛନ୍ତି । ଏଥିରୁ ୩ ଜଣ ଅଭିଯୁକ୍ତଙ୍କୁ ଗତକାଲି (ଶନିବାର) ସିବିଆଇ ଅଫିସକୁ ଡକାଇ ପଚରାଉଚରା କରାଯାଇଥିଲା।

Last Updated : Aug 21, 2022, 10:04 AM IST

ABOUT THE AUTHOR

...view details