ଓଡିଶା

odisha

ETV Bharat / bharat

ତଥ୍ୟ ଲିକ ଅଭିଯୋଗରେ ନୌସେନାର ୩ ଅଧିକାରୀ ଗିରଫ, ୨ ରହିଛନ୍ତି ଅବସରପ୍ରାପ୍ତ - ୩ ଅଧିକାରୀ ଗିରଫ

ନୌସେନା ଜାହାଜର ଅଧୁନିକୀକରଣ ତଥ୍ୟ ଲିକ ଅଭିଯୋଗରେ ୩ ନୌସେନା ଅଧିକାରୀଙ୍କୁ ଗିରଫ କଲା ସିବିଆଇ । ଗିରଫଙ୍କ ମଧ୍ୟରେ ୨ ଜଣ ଅବସରପ୍ରାପ୍ତ ଅଧିକାରୀ ରହିଥିବା ସୂଚନା । ଅଧିକ ପଢନ୍ତୁ...

ତଥ୍ୟ ଲିକ ଅଭିଯୋଗରେ ନୌସେନାର ୩ ଅଧିକାରୀ ଗିରଫ, ଗିରଫଙ୍କ ମଧ୍ୟରେ ୨ ଅବସରପ୍ରାପ୍ତ
ତଥ୍ୟ ଲିକ ଅଭିଯୋଗରେ ନୌସେନାର ୩ ଅଧିକାରୀ ଗିରଫ, ଗିରଫଙ୍କ ମଧ୍ୟରେ ୨ ଅବସରପ୍ରାପ୍ତ

By

Published : Oct 26, 2021, 6:44 PM IST

ନୂଆଦିଲ୍ଲୀ:ଭାରତୀୟ ନୌସେନାର ସବମେରାଇନରେ ଚାଲିଥିବା ଆଧୁନିକୀକରଣ ପ୍ରକ୍ରିୟା ସହ ଜଡିତ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଘଟ ଘଟଣାରେ ଦୁଇ ଅବସରପ୍ରାପ୍ତ ଅଧିକାରୀଙ୍କ ସହ ଜଣେ କାର୍ଯ୍ୟରତ ନୌସେନା ଅଧିକାରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) । ଗିରଫ କାର୍ଯ୍ୟରତ ଅଧିକାରୀଜଣଙ୍କ ବର୍ତ୍ତମାନ ଭାରତୀୟ ନୌସେନାରେ ସାମିଲ ‘କିଲୋ’ ଶ୍ରେଣୀବର୍ଗର ବୁଡ଼ାଜାହାଜରେ କରାଯାଉଥିବା ଆଧିନିକୀକରଣ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅବସରପ୍ରାପ୍ତ ଅଧିକାରୀଙ୍କୁ ଯୋଗାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏପରି ଅଭିଯୋଗ ଆସିବା ପରେ ନୌସେନା ମଧ୍ୟ ସିବିଆଇକୁ ତଦନ୍ତରେ ସମସ୍ତ ସହଯୋଗ କରିବା ସହ ନିଜ ଆଡୁ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ଜଣେ ଭାଇସ ଆଡମିରାଲ ଓ ରିଅର ଆଡମିରାଲ ସ୍ତରୀୟ ଅଧିକାରୀଙ୍କ ନେତୃତ୍ବରେ ଗଠିତ ଏକ ୫ ଜଣିଆ ଅଧିକାରୀ ଟିମ ମଧ୍ୟ ଏହି ଘଟଣାର ତଦନ୍ତ କରିବେ । ଏଥିରେ ଗିରଫ ଅଧିକାରୀ ଜଣେ କମାଣ୍ଡର ସ୍ତରର ହୋଇଥିବାବେଳେ ସେ ମୁମ୍ବାଇ ନୌସେନା ବେସରେ କାର୍ଯ୍ୟରତ ଥିବା ସୂଚନା ରହିଛି । ଗିରଫ ଅଧିକାରୀଙ୍କ ସହଯୋଗୀ ଥିବା ନୌସେନାର ଅନ୍ୟ କିଛି ଅଧିକାରୀ ମଧ୍ୟ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବାବେଳେ ଏହି ପ୍ରକ୍ରିୟା ଜାରି ରହିଛି । ସେହିପରି ଗିରଫ ଅନ୍ୟ ଦୁଇ ଅଧିକାରୀ ନୌସେନାରୁ ଅବସର ଗ୍ରହଣ କରିସାରିଛନ୍ତି ।

କେନ୍ଦ୍ରୀୟ ତଦନ୍ତକରୀ ସଂସ୍ଥା ଗିରଫ ଅଧିକାରୀଙ୍କ ଅଫିସିଆଲ କ୍ଷମତାରେ ଥିବା ହାର୍ଡୱେର୍ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଯାଞ୍ଚ କରି ଲିକ କରାଯାଇଥିବା ତଥ୍ୟର ସବିଶେଷ ବିବରଣୀ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛି । ନିକଟ ଅତୀତରେ ଏପରି ଅନେକ ମାମଲା ସମ୍ନାକୁ ଆସିଥିବା ଦେଖିବାକୁ ମିଳିଛି । ସନ୍ଦିଗ୍ଧ ପାକିସ୍ତାନୀ ଏଜେନ୍ସି ଗୁଡ଼ିକୁ ଏହି ସୁରକ୍ଷା ସମ୍ପର୍କିତ ସୂଚନା ହାତେଇବା ପାଇଁ ପ୍ରତିରକ୍ଷା କର୍ମଚାରୀମାନଙ୍କୁ ପ୍ରଲୋଭିତ କରିଥିବା ମଧ୍ୟ ତଦନ୍ତରୁ ସ୍ପଷ୍ଟ ହୋଇଛି । ସେହି ଦୃଷ୍ଟିକୋଣରୁ ଘଟଣାକୁ ଗୁରୁତର ସହ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ଜାରି ରଖିଛି ସିବିଆଇ ଓ ଭାରତୀୟ ନୌସେନା ।

@ ANI

ABOUT THE AUTHOR

...view details