ନୂଆଦିଲ୍ଲୀ: ଜାତିଗତ ପ୍ରମାଣପତ୍ରରେ ମହାଘୋଟାଲା । ଉତ୍ତରପ୍ରଦେଶର ଗାଜିଆବାଦରୁ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ଜଣେ ବ୍ୟକ୍ତିଙ୍କର ୫ଟି ସନ୍ତାନ ଥିବାବେଳେ କାହାରି ଜାତି ମେଳ ଖାଉନି । ୫ ପୁଅଙ୍କ ମଧ୍ୟରୁ ୩ ଜଣଙ୍କର ଅନୁସୂଚିତ ଜାତି ପ୍ରମାଣପତ୍ର ଥିବାବେଳେ ୨ଜଣଙ୍କର ରହିଛି ଓବିସି ପ୍ରମାଣପତ୍ର । ସୂଚନା ଅନୁସାରେ, 2023 ପୌର ନିର୍ବାଚନ ସମୟରେ ଗାଜିଆବାଦ ମ୍ୟୁନିସିପାଲିଟି କର୍ପୋରେସନର ୱାର୍ଡ ନମ୍ବର 26 ସୁନ୍ଦରପୁରୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିଲା । ଗୋକୁଳ ଚନ୍ଦ୍ରଙ୍କ ପୁଅ ରାଜକୁମାର ବିଜେପି ଟିକେଟରେ ଏହି ୱାର୍ଡରୁ ଜିତିଥିଲେ । ନିର୍ବାଚନରେ ବିଜୟ ପରେ ପ୍ରମାଣପତ୍ର ପଞ୍ଜିକରଣ କରିବା ପରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଆଉ ନାମାଙ୍କନ ପତ୍ରରେ ଦିଆଯାଇଥିବା ପ୍ରମାଣପତ୍ରରେ ପ୍ରମାଣପତ୍ର ନକଲି ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ।
ଜିଲ୍ଲା ମାଜିଷ୍ଟ୍ରେଟ ରାକେଶ କୁମାର ସିଂ ଏସଡିଏମଙ୍କ ଦ୍ବାରା ଏହି ଘଟଣାର ଯାଞ୍ଚ କରିଥିବା ଜଣାପଡିଛି । ତଦନ୍ତ ସମୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପୋଲିସ ହାତରେ ଲାଗିଛି । ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ରାଜକୁମାର ଉତ୍ତରପ୍ରଦେଶର ଅନୁସୂଚିତ ଜାତି ଅଧୀନରେ ଆସିଥିବା କୋରୀ ଜାତିର ପ୍ରମାଣପତ୍ର ପାଇଛନ୍ତି । ସେ ଗାଜିଆବାଦର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଜୁନିୟର ହାଇସ୍କୁଲର ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ସେପଟେ ତାଙ୍କର ପରିବାର ସସ୍ୟମାନଙ୍କର ଭିନ୍ନ ଭିନ୍ନ ଜାତି ରହିଛି । ଜାତିଗତ ପ୍ରମାଣପତ୍ରରେ ଘୋଟାଲା କରି ସମସ୍ତ ସୁବିଧା ପାଇବା ସହ ନିର୍ବାଚନରେ ଟିକେଟ ପାଇବାରେ ମଧ୍ୟ ସେ ସଫଳ ହୋଇଥିବା ନେଇ ଅଭିଯୋଗ ହୋଇଛି ।
ପ୍ରମାଣପତ୍ର ଅନୁଯାୟୀ, କ'ଣ ରହିଛି ପରିବାର ସଦସ୍ୟଙ୍କ ଜାତି:
1. ରାଜକୁମାର( ଗୋକୁଳ ଚନ୍ଦ୍ରଙ୍କ ପୁଅ)- କୋରୀ
2. ବେଦ ପ୍ରକାଶ ( ଗୋକୁଳ ଚନ୍ଦ୍ରଙ୍କ ପୁଅ)- ମଲ୍ଲାହ/କେଉଟ