ମୁମ୍ବାଇ: କ୍ୟାପ୍ଟେନର ଅସାବଧାନତା କାରଣରୁ ବୁଡିଯାଇଛି ବାର୍ଜ P305 । ବାର୍ଜରେ ଥିବା କର୍ମଚାରୀ ରେହମାନ ହୁସେନ ଶେଖ୍ ଏହି ଅଭିଯୋଗ ଆଣିବା ସହ କ୍ୟାପ୍ଟେନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ବାତ୍ୟା ଆସୁଥିବା ଜାଣି ମଧ୍ୟ କ୍ୟାପ୍ଟେନ ଶୀଘ୍ର ସେଠାରୁ ବାର୍ଜ ଆଣି ନଥିଲେ । ଏହି କାରଣରୁ ବାର୍ଜ ବୁଡି ଯାଇଥିଲା ।
ବାର୍ଜ P305 କ୍ୟାପ୍ଟେନଙ୍କ ବିରୋଧରେ ମାମଲା ରୁଜୁ - captain of Barge P-305
କ୍ୟାପ୍ଟେନଙ୍କ ଅସାବଧାନତା କାରଣରୁ ବୁଡିଯାଇଛି ବାର୍ଜ P305 । ଏମିତି ଅଭିଯୋଗ ଆଣିଛନ୍ତି ବାର୍ଜରେ ଥିବା କର୍ମଚାରୀ ରେହମାନ ହୁସେନ ଶେଖ୍ । ଅଧିକ ପଢନ୍ତୁ...
ବାର୍ଜ P305
ପ୍ରକାଶଥାଉକି, ବର୍ତ୍ତମାନ ସୁଦ୍ଧା 49 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 37 ଜଣ ଏବେବି ନିଖୋଜ ଅଛନ୍ତି । ମୋଟ୍ 261 ଜଣଙ୍କ ମଧ୍ୟରୁ 186 ଜଣଙ୍କୁ ଉଦ୍ଧାର କରାଯାଇଛି । ବାର୍ଜ ସହ ସହଯୋଗୀ ଡଙ୍ଗାରେ ଥିବା 13 ଜଣଙ୍କ ମଧ୍ୟରୁ 2 ଜଣଙ୍କୁ ଉଦ୍ଧାର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ