ଓଡିଶା

odisha

ETV Bharat / bharat

ଦିଲ୍ଲୀ ପରେ ବିହାର: ଦୁର୍ଘଟଣା ପରେ ବୃଦ୍ଧଙ୍କୁ ଘୋଷାଡି ନେଇ କାର ଚଢାଇ ହତ୍ୟା କଲା ଡ୍ରାଇଭର !

ବିହାର ପୂର୍ବ ଚମ୍ପାରନ ଜିଲ୍ଲାରେ ଦୁର୍ଘଟଣା ପରେ ବୃଦ୍ଧଙ୍କୁ 8 କି.ମି ଘୋଷାଡି ନେଇ କାର ଚଢାଇ ହତ୍ୟା କଲା ଡ୍ରାଇଭର । ଡ୍ରାଇଭର ଫେରାର, କାର ଜବତ କରି ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ

By

Published : Jan 21, 2023, 10:52 PM IST

Updated : Jan 21, 2023, 10:59 PM IST

ଦିଲ୍ଲୀ ପରେ ବିହାର ! ବୃଦ୍ଧଙ୍କୁ 8 କିମି ଘୋଷାଡି ନେଲା କାର
ଦିଲ୍ଲୀ ପରେ ବିହାର ! ବୃଦ୍ଧଙ୍କୁ 8 କିମି ଘୋଷାଡି ନେଲା କାର

ହାଇଦ୍ରାବାଦ:ବିହାରରେ ଦିଲ୍ଲୀ କାର ଟ୍ରାଜେଡି ମାମଲାର ପୁନରାବୃତ୍ତି । ଦୁର୍ଘଟଣା ପରେ ବୃଦ୍ଧଙ୍କୁ 8 କି.ମି ପର୍ଯ୍ୟନ୍ତ ଘୋଷାଡି ନେଇ କାର ମଡାଇ ଡ୍ରାଇଭର ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଣେ ବିହାରର ପୂର୍ବଚମ୍ପାରନ ଜିଲ୍ଲାର କୋଟୱା ପୋଲିସ ଷ୍ଟେସନ ଅଞ୍ଚଳରେ ଏପରି ଏକ ଅଘଟଣ ପୁଣି ଥରେ ଅଞ୍ଜଳି କାଣ୍ଡର ଭୟାବହତାକୁ ମନେ ପକାଇଛି । ପ୍ରାଣ ହରାଇଥିବା ବୃଦ୍ଧ 70 ବର୍ଷୀୟ ଶଙ୍କର ଓ ସେ ସ୍ଥାନୀୟ କୋଟୱା ପୋଲିସ ଷ୍ଟେସନର ବଙ୍ଗରା ଗାଁର ବାସିନ୍ଦା ବୋଲି ପୋଲିସ ଚିହ୍ନଟ କରିଛି ।

ସୂଚନା ଅନୁଯାୟୀ ଶଙ୍କର ଏକ ସାଇକେଲ ଯୋଗେ NH-27 ପାର ହେଉଥିଲେ । ଗୋପାଳଗଞ୍ଜରୁ ଏକ ଦ୍ରୁତ ଗତିରେ ଆସୁଥିବା କାର ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ହେବା ପରେ ଶଙ୍କର ସିଧାସଳଖ କାରର ସମ୍ମୁଖ ଭାଗ (ବନେଟ) ଉପରେ ପଡିଯାଇଥିଲେ । କାରଟିର ଡ୍ରାଇଭର ଏହା ଦେଖି ସୁଦ୍ଧା ବୃଦ୍ଧଜଣଙ୍କୁ ପ୍ରାୟ 8 କି.ମି ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ । ତେବେ ଏକ ନିଛାଟିଆ ସ୍ଥାନରେ ବୃଦ୍ଧଙ୍କ ଉପରେ କାର ମଡାଇ ଦେଇ ଡ୍ରାଇଭର କାର ନେଇ ଫେରାର ହୋଇଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ଦୁର୍ଘଟଣା ସ୍ଥଳରୁ ପ୍ରାୟ 8 କି.ମି ଦୂରରେ ବୃଦ୍ଧଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

କିଛି ପ୍ରତ୍ୟେକ୍ଷଦର୍ଶୀ ଯାତ୍ରୀଙ୍କ ସୂଚନା ଅନୁସାରେ, ଦୁର୍ଘଟଣା ପରେ ମଧ୍ୟ ବୃଦ୍ଧଜଣଙ୍କ ଜୀବିତ ଥିଲେ । କାରର ସମ୍ମୁଖ ଭାଗ (ବନେଟ)ରେ ଓହିଳି ରହିଥିଲେ । କାର ଡ୍ରାଇଭର କାର ଚଳାଉଥିବା ବେଳେ ସାଧାରଣ ଲୋକେ ଓ ଅନ୍ୟ କିଛି ଯାତ୍ରୀ ତାକୁ ରୋକିବା ପାଇଁ ପ୍ରାୟସ କରିବାରୁ ଡ୍ରାଇଭର ଆହୁରି ବେଗରେ କାର ଚଳାଇବାକୁ ଲାଗିଥିଲା । କିଛି ଦୂରରେ ଡ୍ରାଇଭର ଗାଡି ରୋକିବା ସହ ବୃଦ୍ଧଜଣଙ୍କ କାରରୁ ଖସିପଡିଥିଲେ । କାର ଡ୍ରାଇଭର ବୃଦ୍ଧଙ୍କ ଉପରେ କାର ଚଢାଇ ଦେଇ ଫେରାର ମାରିଥିଲା । କିଛି ଯାତ୍ରୀ ଅନ୍ୟ ଗାଡିରେ କାରଟିକୁ ଧରିବା ପାଇଁ ଚେଷ୍ଟା କରୁଥିବା ଦେଖି ସମ୍ପୃକ୍ତ କାର ଡ୍ରାଇଭର ରାସ୍ତାକଡରେ ଗାଡି ରଖି ଦୌଡି ଫେରାର ହୋଇଯିବାରେ ସଫଳ ହୋଇଛି ।

ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୃଦ୍ଧଙ୍କ ମୃତଦେହଙ୍କ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସମ୍ପୃକ୍ତ କାରକୁ ଜବତ କରି ପୋଲିସ ମାଲିକାନା ଓ ପଞ୍ଜୀକରଣ ସମ୍ପର୍କିତ ସୂଚନା ସଂଗ୍ରହ କରିବାରେ ଲାଗିଛି ପୋଲିସ । ସ୍ଥାନୀୟ ଅଞ୍ଚଳରେ ଦୁର୍ଘଟଣାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା । ଖୁବଶୀଘ୍ର ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 21, 2023, 10:59 PM IST

ABOUT THE AUTHOR

...view details