ନୂଆଦିଲ୍ଲୀ: ଆସନ୍ତା 5 ମାସ ମଧ୍ୟରେ ଦେଶର 5 ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନର୍ବାଚନ । ଏହି ନିର୍ବାଚନକୁ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ସୁରକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ସୁରକ୍ଷା ଗୁରୁତ୍ବକୁ ଦେଖି କେନ୍ଦ୍ର ସରକାର ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ପଠାଇଛନ୍ତି କେନ୍ଦ୍ର ସରକାର।
ନିର୍ବାଚନ ପାଇଁ 5 ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ, ବଙ୍ଗରେ 125 କମ୍ପାନୀ - 5 ରାଜ୍ୟରେ ବିଧାନସଭା ନିର୍ବାଚନ ଖବର
5 ରାଜ୍ୟରେ ନିର୍ବାଚନ ପାଇଁ କେନ୍ଦ୍ର ପଠାଇଲା ପାରା ମିଲିଟାରୀ ଫୋର୍ସ । କେବଳ ବଙ୍ଗରେ ମୁତୟନ ହେବେ 125 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ । ଅଧିକ ପଢନ୍ତୁ...
ଚଳିତ ବର୍ଷ ତଥା 2021ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, ପୁଡୁଚେରୀ ସମେତ କେରଳରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହି ସମସ୍ତ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ଅନୁଷ୍ଠିତ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ପଠାଇଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ହିଂସା ଓ ଅରାଜକତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସୁରକ୍ଷା ବଳର 125 କମ୍ପାନୀ ପଠାଯାଇଛି । ସେହିପରି ତାମିଲନାଡୁରେ 45 କମ୍ପାନୀ, ଆସାମରେ 40 କମ୍ପାନୀ, ପଣ୍ଡିଚେରୀରେ 10 କମ୍ପାନୀ, କେରଳ ପାଇଁ 30 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ପଠାଯାଇଛି ।
ସୂଚନାଥାଉକି ପଶ୍ଚିମବଙ୍ଗରେ ନିର୍ବାଚନକୁ ଅଧିକ ଗୁରୁତ୍ବ ଦେଇଛନ୍ତି ପଶ୍ଚିମବଙ୍ଗ ନିର୍ବାଚନ କମିଶନର । ଏଠାରେ ଗତ ନିର୍ବାଚନରେ ବ୍ୟାପକ ହିଂସା ସୃଷ୍ଟି ହୋଇଥିଲା । ଗତ ନିର୍ବାଚନ ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସୁରକ୍ଷା ବଳର କଡା ନଜରରେ ନିର୍ବାଚନ କରାଯିବା ବ୍ୟବସ୍ଥା କରାଯାଇଛି ।