ଓଡିଶା

odisha

ETV Bharat / bharat

ସ୍ବଦେଶ ଫେରିଲେ କାନାଡା ପ୍ରଧାନମନ୍ତ୍ରୀ, ବିମାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ଦିଲ୍ଲୀରେ 2ଦିନ ଅଟକିଥିଲେ - ଫେରିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ

ସ୍ବଦେଶ ଫେରିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଦିଲ୍ଲୀ ଆସିଥିଲେ । ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଅଟକିଲେ 2ଦିନ । ଅଧିକ ପଢନ୍ତୁ

ସ୍ବଦେଶ ଫେରିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଲୀରେ ଅଟକିଥିଲେ
ସ୍ବଦେଶ ଫେରିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଲୀରେ ଅଟକିଥିଲେ

By ETV Bharat Odisha Team

Published : Sep 12, 2023, 5:18 PM IST

ନୂଆଦିଲ୍ଲୀ:ବିମାନରେ ତ୍ରୁଟି କାରଣରୁ ଜି20 ସମ୍ମିଳନୀକୁ ଆସି ଫେରି ପାରିନଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆଜି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜି ଅପରାହ୍ନରେ ସେ ଦିଲ୍ଲୀ ବିମାନ ବନ୍ଦରରୁ କାନାଡା ଅଭିମୁଖେ ଉଡାଣ ଭରିଛନ୍ତି । ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନ ବନ୍ଦରରେ ବିଦାୟ ଜଣାଇଥିଲେ । ଜି20 ରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସିଥିବାରୁ ଜଷ୍ଟିନଙ୍କୁ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀଙ୍କ ତରଫରୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ଏନେଇ ଚନ୍ଦ୍ରଶେଖର ନିଜେ ଟ୍ବିଟ କରି ସୂଚନା ଦେଇଚନ୍ତି । ତେବେ 10 ତାରିଖରୁ ଜି20 ସମ୍ମିଳନୀ ଶେଷ ହୋଇଥିଲେ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଫେରିନପାରି ଦିଲ୍ଲୀରେ ରହିଥିଲେ । ସେ ରହୁଥିବା ହୋଟେଲରୁ ମଧ୍ୟ ସରକାରୀ କାର୍ଯ୍ୟରେ ଭର୍ଚ୍ଚୁଆଲି ଯୋଗ ଦେଇଥିଲେ ।

ତେବେ ଆଜି ଅପରାହ୍ନରେ କାନାଡା ପ୍ରଧାନମନ୍ତ୍ରୀଙ୍କ ପ୍ରେସ ସଚିବ, ସେ ଆଜି ସ୍ବଦେଶ ଫେରିବା ନେଇ ସୂଚନା ଦେଇଥିଲେ । ବିମାନର ଯାନ୍ତ୍ରିକ ତ୍ରୁଟି ଠିକ କରାଯାଇ ସାରିଛି । ଆଜି ଜଷ୍ଟିନ କାନାଡା ଫେରିବା ନେଇ ସେ ସୂଚନା ଦେଇଥିଲେ । ତେବେ 10 ତାରିଖରେ ଜି20 ସମ୍ମିଳନୀ ଶେଷ ହେବା ପରେ ସେ କାନାଡା ଫେରିବାର କାର୍ଯ୍ୟକ୍ରମ ଥିଲା । ହେଲେ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ସେ ଅଟକି ରହିବା ପରେ ଦିଲ୍ଲୀରୁ ସେ ଅନଲାଇନରେ କାର୍ଯ୍ୟ ଜାରି ରଖିଥିବା କାନାଡାର ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :-କାନାଡା ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି, ଭାରତରେ ରହିବେ ଜଷ୍ଟିନ ଟ୍ରୁଡୋ

ଭାରତ ଦ୍ବାରା ଆୟୋଜିତ ହୋଇଥିବା ଜି20 ସମ୍ମିଳନୀରେ ଯୋଗ ଦେବାକୁ ଶୁକ୍ରବାର (8 ତାରିଖ)ରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଓ ତାଙ୍କ ପୁଅ ସ୍ବତନ୍ତ୍ର ବିମାନ ଯୋଗେ କାନାଡାରୁ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଏହାପରେ 9 ତାରିଖରେ ଆରମ୍ଭ ହୋଇଥିବା ଜି20 ସମ୍ମିଳନୀରେ ଅଂଶ ମଧ୍ୟ ଗ୍ରହଣ କରିଥିଲେ । ବୈଠକରେ ସାମିଲ ହୋଇ ରବିବାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଟ୍ରୁଡୋ ଭାରତର ଜି20 ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। । 10 ରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଶେଷ ହୋଇସାରିଥିବା ବେଳେ ପ୍ରାୟ ସମସ୍ତ ରାଷ୍ଟ୍ରମୁଖ୍ୟ ସ୍ବଦେଶ ଫେରିସାରିଛନ୍ତି । ବାଇଡେନ 10 ତାରିଖ ଅପରାହ୍ନରେ ଆମେରିକା ଫେରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details