ଦିସପୁର:ଆସାମରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଇଛି । ତେବେ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଶେଷ ହେବ ବୋଲି ଜଣାପଡିଛି ।
ଏହି ଦ୍ବିତୀୟ ପର୍ଯ୍ୟାୟରେ 39ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ 345 ଜଣ ପାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବିନ୍ଦିତା ହେବ । ଏହି 345 ପ୍ରାର୍ଥୀଙ୍କ ମଧ୍ୟରୁ 26 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ 73 ଲକ୍ଷ 44 ହଜାର 631 ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 37 ଲକ୍ଷ 34 ହଜାର 537 ଜଣ ପୁରୁଷ, 36 ହଜାର 9 ହଜାର 959 ଜଣ ମହିଳା ଓ 135 ଜଣ ତୃତୀୟ ଲିଙ୍ଗ ରହିଛନ୍ତି ।