କୋଲକାତା:ଆଜି ପଶ୍ଚିମବଙ୍ଗ ପ୍ରଦେଶ ବିଜେପି ପକ୍ଷରୁ କୋଲକାତାରେ ଆୟୋଜିତ ‘ନବାନ୍ନ ଚୋଲୋ’ (Nabanna Chalo) ପ୍ରତିବାଦ ଶୋଭାଯାତ୍ରା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଉଠାଇ ନେବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମାମଲା ଏବେ ଅଦାଲତରେ ପହଞ୍ଚିଛି । ଏହି ମାମଲାକୁ ଗ୍ରହଣ କରିବା ସହ ରାଜ୍ୟ ଗୃହ ସଚିବଙ୍କ ଠାରୁ କୋଲକାତା ହାଇକୋର୍ଟ ରିପୋର୍ଟ ମଧ୍ୟ ତଲବ କରିଛନ୍ତି । ପୋଲିସ କାହଁକି ଓ କେଉଁ ପରିସ୍ଥିତିରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ତାର ଶବିଶେଷ ତଥ୍ୟ 19 ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କୋର୍ଟ ରାଜ୍ୟ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟ ଆଜିର କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟଶୈଳୀ ନେଇ ଆପତ୍ତି ଉଠାଇବା ସହ ଧାରଣା, ଆନ୍ଦୋଳନ କିମ୍ବା ପ୍ରତିବାଦ ବେଳେ ସାଧାରଣ ସମ୍ପତ୍ତି କ୍ଷତିଗ୍ରସ୍ତ କିମ୍ବା ସାଧାରଣ ଜନତା ପ୍ରଭାବିତ ନହେଲେ କାହାକୁ ଅଟକ ନରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି (BJP Nabanna Abhijan of west Bengal bjp) ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଥିଲା । ପୋଲିସ ବାରିକେଡ ଲଗାଇ ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରିବା ସହ ଲୁହବୁହା ଗ୍ୟାସ ଓ ପାଣିମାଡ ମଧ୍ୟ କରିଥିଲା । କିଛି ସ୍ଥାନରେ ପୋଲିସ ଉଗ୍ର ହୋଇ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିବା ମଧ୍ୟ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏପରି ଆକ୍ରମଣରେ କିଛି କର୍ମୀଙ୍କ ହାତଗୋଡ ଭାଙ୍ଗିବା ସହ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ବିଜେପି ଅଭିଯୋଗ କରିଥିଲା ।