ଓଡିଶା

odisha

ETV Bharat / bharat

ଦାୟିତ୍ବ ନେଉଛନ୍ତି ମୋଦି ସରକାରଙ୍କ ନୂଆଟିମ୍‌ - Modi Govt. to take charge LIVE

ଦାୟିତ୍ବ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ LIVE
ଦାୟିତ୍ବ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ LIVE

By

Published : Jul 8, 2021, 12:29 PM IST

Updated : Jul 8, 2021, 5:05 PM IST

16:50 July 08

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ପଶୁପତି କୁମାର ପାରସ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ପଶୁପତି କୁମାର ପାରସ । 

15:26 July 08

ବୈଦେଶିକ ବ୍ୟାପାର (ସ୍ବାଧୀନ) ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ରାଜକୁମାର ରଞ୍ଜନ ସିଂ

ବାହ୍ୟ ବ୍ୟାପାର (ସ୍ବାଧୀନ) ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ରାଜକୁମାର ରଞ୍ଜନ ସିଂ

ବୈଦେଶିକ ବ୍ୟାପାରର (ସ୍ବାଧୀନ) ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଡକ୍ଟର ରାଜକୁମାର ରଞ୍ଜନ ସିଂ । ସେ ଏହି ଦାୟିତ୍ବ ନେଇ ଅତ୍ୟନ୍ତ ଖୁସି ଥିବା କହିଛନ୍ତି । ତେବେ ସେ ଚୀନ, ମିଆଁମାର ଏବଂ ବାଂଲାଦେଶ ସୀମାବର୍ତ୍ତୀ ଉତ୍ତର-ପୂର୍ବ ଭାରତର ଅଧିବାସୀ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ପଡ଼ୋଶୀମାନଙ୍କ ସହ ଭଲ ସମ୍ପର୍କ ବଜାୟ ରଖିବା ଲକ୍ଷ୍ୟରେ ସେ ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି । 

14:53 July 08

କେନ୍ଦ୍ର ପ୍ରତିରକ୍ଷା ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ବାଧୀନ) ଭାବେ ଦାୟିତ୍ବ ନେଲେ ଅଜୟ ଭଟ୍ଟ

କେନ୍ଦ୍ର ପ୍ରତିରକ୍ଷା ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ବାଧୀନ) ଭାବେ ଦାୟିତ୍ବ ନେଲେ ଅଜୟ ଭଟ୍ଟ

କେନ୍ଦ୍ର ପ୍ରତିରକ୍ଷା ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ବାଧୀନ) ଭାବେ ଦାୟିତ୍ବ ନେଲେ ଅଜୟ ଭଟ୍ଟ  । ତେବେ ସେ ପର୍ଯ୍ୟଟନ ମନ୍ତ୍ରଣାଳୟର ସ୍ବାଧୀନ ଦାୟିତ୍ବ ନେଇଛନ୍ତି । ଦେଶକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି । ଏହା ବିରୋଧରେ ସମସ୍ତ ସୂଚନା ସମ୍ପର୍କରେ ଅବଗତ ହେବା ପରେ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏହି କ୍ଷେତ୍ରର ନିରନ୍ତର ଅଭିବୃଦ୍ଧି ହେଉଥିବାରୁ ଏହି କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । 

14:51 July 08

ଦାୟିତ୍ବ ନେବା ପରେ ପ୍ରତିକ୍ରିୟା ରଖିଲେ ହରଦୀପ ସିଂ ପୁରୀ

ନୂତନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ହରଦୀପ ସିଂ ପୁରୀ । ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ଘରୋଇ ଉତ୍ପାଦନ ବୃଦ୍ଧି କରିବା ହେଉଛି ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିଭଙ୍ଗୀ ଅନୁସାରେ ଦେଶରେ ପ୍ରାକୃତିକ ଗ୍ୟାସ ଭିତ୍ତିକ ଅର୍ଥନୀତିର ବିକାଶ ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । 

14:51 July 08

ଦାୟିତ୍ବ ନେବା ପରେ ପ୍ରତିକ୍ରିୟା ରଖିଲେ ରାଜୀବ ଚନ୍ଦ୍ରଶେଖର

ଦାୟିତ୍ବ ନେବା ପରେ ପ୍ରତିକ୍ରିୟା ରଖିଲେ ରାଜୀବ ଚନ୍ଦ୍ରଶେଖର

କେନ୍ଦ୍ର ଶକ୍ତି ଓ ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ(ସ୍ବାଧୀନ) ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜୀବ ଚନ୍ଦ୍ରଶେଖର । ଡିଜିଟାଲ ଇଣ୍ଡିଆ ଏବଂ ସ୍କିଲ ଇଣ୍ଡିଆ ଦେଶର 2ଟି ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ । ଏହା ଦେଶର ଭବିଷ୍ୟତ ଏବଂ ଯୁବପିଢିଙ୍କ ଭବିଷ୍ୟତକୁ ଗଢିବ । ତେବେ ସେ ଏହି ଟିମ ସହିତ କାମ କରି ଖୁସି ହେବା ସହିତ ସମ୍ମାନିତ ଏବଂ ସୌଭାଗ୍ୟବାନ ମନେ କରିଛନ୍ତି ବୋଲି କହିଛନ୍ତି । 

14:51 July 08

ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରଣାଳୟ ସ୍ବାଧୀନ ଦାୟିତ୍ବ ଭାବେ ଦାୟିତ୍ବ ନେଲେ ଜିତେନ୍ଦ୍ର ସିଂ

ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରଣାଳୟ ସ୍ବାଧୀନ ଦାୟିତ୍ବ ଭାବେ ଦାୟିତ୍ବ ନେଲେ ଜିତେନ୍ଦ୍ର ସିଂ

ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରଣାଳୟର ସ୍ବାଧୀନ ଦାୟିତ୍ବ ଭାବେ ଦାୟିତ୍ବ ଗ୍ରହଣ କଲେ ଜିତେନ୍ଦ୍ର ସିଂ । ଏହି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ତେବେ ସେ ପୂର୍ବରୁ 17 ବର୍ଷ ଧରି ଏହି ବିଭାଗରେ ରହିଥିଲେ ।  ବୈଜ୍ଞାନିକ ବିକାଶରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଆଗ୍ରହ ରହିଥିବାରୁ ଏହି କ୍ଷେତ୍ରର ଅଧିକ ବିକାଶ କରାଯିବ ବୋଲି ସେ କହିଛନ୍ତି ।  

14:51 July 08

ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଧର୍ମେନ୍ଦ୍ର ପ୍ରଧାନ

ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଧର୍ମେନ୍ଦ୍ର ପ୍ରଧାନ

ପୂର୍ବତନ କେନ୍ଦ୍ର ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଦାୟିତ୍ବ ନେବା ସମୟରେ ଉପସ୍ଥିତ ଥିଲେ ସ୍ବାଧୀନ ଦାୟିତ୍ବରେ ଥିବା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

14:50 July 08

ଦାୟିତ୍ବ ଗ୍ରହଣ ପରେ ପ୍ରତିକ୍ରୟା ରଖିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଦାୟିତ୍ବ ଗ୍ରହଣ ପରେ ପ୍ରତିକ୍ରୟା ରଖିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ବେସାମରିକ ଚଳାଚଳ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । କଠିନ ପରିଶ୍ରମ ଓ ନିଷ୍ଠା ସହିତ ସେ ନିଜର ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି । 

13:35 July 08

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ହରଦୀପ ସିଂ ପୁରୀ

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ହରଦୀପ ସିଂ ପୁରୀ

ନୂତନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ହରଦୀପ ସିଂ ପୁରୀ । ଦାୟିତ୍ବ ଗ୍ରହଣ ପରେ ହରଦୀପଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ବାଧୀନ ମନ୍ତ୍ରୀ ରାମେଶ୍ବର ତେଲି ମଧ୍ୟ ଉପସ୍ଥିତ ଥିଲେ । 

13:20 July 08

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ପୂର୍ବତନ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ପୂର୍ବତନ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର

କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଓ ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ପୂର୍ବତନ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ତେବେ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟରେ ତାଙ୍କୁ ସମର୍ଥନ ଏବଂ ମାର୍ଗଦର୍ଶନ ପାଇଁ ଠାକୁର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

13:20 July 08

ଦାୟିତ୍ବ ଗ୍ରହଣ ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡବିୟାଙ୍କ ପ୍ରତିକ୍ରିୟା

ଦାୟିତ୍ବ ଗ୍ରହଣ ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡବିୟାଙ୍କ ପ୍ରତିକ୍ରିୟା

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନସୁଖ ମାଣ୍ଡବିୟା । ପ୍ରଧାନମନ୍ତ୍ରୀ ଦେଇଥିବା ଦାୟିତ୍ବ ପାଇଁ ସେ ନିଜର ଖୁସିବ୍ୟକ୍ତ କରିବା ସହିତ ମୋଦିଙ୍କ ଆଶା ଅନୁଯାୟୀ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । 

13:00 July 08

ଦାୟିତ୍ବ ଗ୍ରହଣ ପୂର୍ବରୁ ବିଜେପି ମୁଖ୍ୟାଳୟରେ ସର୍ବାନନ୍ଦ

ଦାୟିତ୍ବ ଗ୍ରହଣ ପୂର୍ବରୁ ବିଜେପି ମୁଖ୍ୟାଳୟରେ ସର୍ବାନନ୍ଦ

କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ ପୂର୍ବରୁ ବିଜେପି ମୁଖ୍ୟାଳୟ ଯାଇ ଜନସଂଘ ପ୍ରତିଷ୍ଠାତା ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ନତମସ୍ତକ ହେଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ।

13:00 July 08

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଜି କ୍ରୀଷ୍ଣା ରେଡ୍ଡି

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଜି କ୍ରୀଷ୍ଣା ରେଡ୍ଡି

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଜି କ୍ରୀଷ୍ଣା ରେଡ୍ଡି । ଦାୟିତ୍ବ ଗ୍ରହଣ ପରେ ଶୁଭେଚ୍ଛା ଜଣାଇଲେ ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ । 

13:00 July 08

ଦାୟିତ୍ବ ନେବା ପୂର୍ବରୁ ବିଜେପି ମୁଖ୍ୟାଳୟରେ ସିନ୍ଧିଆ

ଦାୟିତ୍ବ ନେବା ପୂର୍ବରୁ ବିଜେପି ମୁଖ୍ୟାଳୟରେ ସିନ୍ଧିଆ

ବେସାମରିକ ଚଳାଚଳ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପୂର୍ବରୁ ବିଜେପି ମୁଖ୍ୟାଳୟ ଯାଇ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଦୀନ ଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

12:59 July 08

ଦାୟିତ୍ବ ଗ୍ରହଣ ପୂର୍ବରୁ ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ଭୂପେନ୍ଦ୍ର ଯାଦବ

ଦାୟିତ୍ବ ଗ୍ରହଣ ପୂର୍ବରୁ ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ଭୂପେନ୍ଦ୍ର ଯାଦବ

ଦାୟିତ୍ବ ଗ୍ରହଣ ପୂର୍ବରୁ ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ସାଧାରଣ ସମ୍ପାଦକଙ୍କୁ ସାକ୍ଷାତ କଲେ ଶ୍ରମ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

12:35 July 08

କେନ୍ଦ୍ର ଶକ୍ତି ଓ ପ୍ରଯୁକ୍ତିବିଦ୍ୟା ସ୍ବାଧୀନ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ରାଜୀବ ଚନ୍ଦ୍ରଶେଖର

କେନ୍ଦ୍ର ଶକ୍ତି ଓ ପ୍ରଯୁକ୍ତିବିଦ୍ୟା ସ୍ବାଧୀନ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ରାଜୀବ ଚନ୍ଦ୍ରଶେଖର

କେନ୍ଦ୍ର ଶକ୍ତି ଓ ପ୍ରଯୁକ୍ତିବିଦ୍ୟା ସ୍ବାଧୀନ ଦାୟିତ୍ବ  ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ରାଜୀବ ଚନ୍ଦ୍ର ଶେଖର । କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଅଛନ୍ତି ରାଜୀବ । 

12:35 July 08

କେନ୍ଦ୍ର ଆଇନ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ କିରଣ ରିଜିଜ୍ଜୁ

କେନ୍ଦ୍ର ଆଇନ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ କିରଣ ରିଜିଜ୍ଜୁ

କେନ୍ଦ୍ର ଆଇନ ମନ୍ତ୍ରୀ  ଭାବେ କିରଣ ରିଜିଜ୍ଜୁ ଦାୟିତ୍ବ ନେଇଛନ୍ତି । କହିଲେ କ୍ରୀଡା ମନ୍ତ୍ରଣାଳୟ ମୋର ସବୁବେଳେ ମନେ ରହିବ ।

12:34 July 08

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଦର୍ଶନ ବିକ୍ରମ

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଦର୍ଶନ ବିକ୍ରମ

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଦର୍ଶନ ବିକ୍ରମ ଜରଦୋଶ । ରେଳ ଭବନ ସ୍ଥିତ କାର୍ଯ୍ୟାଳୟ ଯାଇ ନେଲେ ଦାୟିତ୍ବ ।

12:33 July 08

କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଡ. ଭାରତୀ ପ୍ରବୀଣ

କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଡ. ଭାରତୀ ପ୍ରବୀଣ

କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଡ. ଭାରତୀ ପ୍ରବୀଣ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆସି ନେଲେ ଦାୟିତ୍ବ ।

12:31 July 08

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ମନସୁଖ ମାଣ୍ଡବିୟା

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ମନସୁଖ ମାଣ୍ଡବିୟା

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ମନସୁଖ ମାଣ୍ଡବିୟା । ଆଜି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆସି ନେଲେ ଦାୟିତ୍ବ । ଦାୟିତ୍ବ ଗ୍ରହଣ ପୂର୍ବରୁ କାର୍ଯ୍ୟାଳୟରେ କଲେ ପୂଜାର୍ଚ୍ଚନା ।

12:05 July 08

ରେଳମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅଶ୍ବିନୀ ବୈଷ୍ଣବ

ରେଳମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅଶ୍ବିନୀ ବୈଷ୍ଣବ । ଆଜି ନିଜ କାର୍ଯ୍ୟାଳୟ ଆସି ନେଲେ ଦାୟିତ୍ବ । ଦାୟିତ୍ବ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ଧନ୍ୟବାଦ । ଅଶ୍ବିନୀ ବୈଷ୍ଣବ କହିଛନ୍ତି ରେଳବାଇକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଭିଜନ ରହିଛି । ଭାରତୀୟ ରେଳବାଇ ହେଉଛି ସାଧାରଣ ଲୋକଙ୍କ ଜୀବନ ରେଖା । ସମସ୍ତ ଲୋକ ଯେଭଳି ଆହୁରି ଉନ୍ନତ ସେବା ପାଇପାରିବେ ସେଥି ପ୍ରତି କାମ କରିବି । ରେଳବାଇକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଥିବା ଭିଜନ ଓ ମିଶନକୁ ସଫଳ କରିବା ପାଇଁ କାମ କରିବି । 

11:49 July 08

ଦାୟିତ୍ବ ନେଉଛନ୍ତି ମୋଦି ସରକାରଙ୍କ ନୂଆଟିମ୍‌

କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଅନୁରାଗ ଠାକୁର । ନିଜ କାର୍ଯ୍ୟାଳୟ ଆସି ନେଲେ ଦାୟିତ୍ବ । ଦାୟିତ୍ବ ନେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା । ସେହିପରି ଅନୁରାଗ କହିଛନ୍ତି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ । ଦେଶର ସର୍ବୋତ୍ତମ ବିକାଶ ପାଇଁ ଗତ 7 ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦି କଠୋର ପରିଶ୍ରମ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ହାତରେ ହାତ ମିଳାଇ ଆମେ କାମ କରିବୁ । 

Last Updated : Jul 8, 2021, 5:05 PM IST

ABOUT THE AUTHOR

...view details