ଓଡିଶା

odisha

ETV Bharat / bharat

ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ, ଖର୍ଚ୍ଚ ହେବ 64 ହଜାର କୋଟି - ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା

ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା(Aatmanirbhar Swasth Bharat Yojana)କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଯୋଜନାରେ ସମସ୍ତ ଜିଲ୍ଲା ଓ ବ୍ଲକ ଗୁଡିକରେ ଜନ ସ୍ବାସ୍ଥ୍ୟ ଲ୍ୟାବ ସ୍ଥାପନ କରାଯିବ । ଅଧିକ ପଢନ୍ତୁ...

ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ, ଖର୍ଚ୍ଚ ହେବ 64 ହଜାର କୋଟି
ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ, ଖର୍ଚ୍ଚ ହେବ 64 ହଜାର କୋଟି

By

Published : Sep 15, 2021, 9:24 PM IST

ନୂଆଦିଲ୍ଲୀ: ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା(Aatmanirbhar Swasth Bharat Yojana)କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଏହି ଯୋଜନା ଅନ୍ତର୍ଗତ ଖର୍ଚ୍ଚ ହେବ 64 ହଜାର କୋଟି ଟଙ୍କା । ଯୋଜନାରେ ସମସ୍ତ ଜିଲ୍ଲା ଓ ବ୍ଲକଗୁଡିକରେ ଜନ ସ୍ବାସ୍ଥ୍ୟ ଲ୍ୟାବ ସ୍ଥାପନ କରାଯିବ ।

୨୦୨୧-୨୨ ବଜେଟରେ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା ଯୋଜନାର ଘୋଷଣା କରାଯାଇଥିଲା । ଏଥିପାଇଁ 64,180 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ଅର୍ଥମନ୍ତ୍ରୀ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜାତୀୟ ସ୍ବାସ୍ଥ୍ୟ ମିଶନର ଏହା ଅତିରିକ୍ତ ଯୋଜନା ।

ASBY ଯୋଜନାର ମୁଖ୍ୟ ବିନ୍ଦୁ

  1. ହାଇ ଫୋକସ ୧୦ ରାଜ୍ୟରେ 17,788 ଗ୍ରାମୀଣ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପାଇଁ ସହାୟତା ।
  2. ସମସ୍ତ ରାଜ୍ୟରେ 11,024 ସହରାଞ୍ଚଳ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ।
  3. ସମସ୍ତ ଜିଲ୍ଲାରେ ସମନ୍ୱିତ ଜନସ୍ୱାସ୍ଥ୍ୟ ଲାବୋରେଟୋରୀ ଏବଂ 11 ଟି ହାଇ ଫୋକସ୍ ରାଜ୍ୟରେ 3382 ବ୍ଲକ୍ ଜନସ୍ୱାସ୍ଥ୍ୟ ୟୁନିଟ୍ ପ୍ରତିଷ୍ଠା |
  4. 602ଟି ଜିଲ୍ଲା ଏବଂ 12ଟି କେନ୍ଦ୍ରୀୟ ଅନୁଷ୍ଠାନରେ ଗୁରୁତର ଚିକିତ୍ସା ହସ୍ପିଟାଲ୍ ବ୍ଲକ୍ ପ୍ରତିଷ୍ଠା |
  5. ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ଏହାର 5ଟି ଆଞ୍ଚଳିକ ଶାଖା ଏବଂ 20ଟି ମହାନଗର ନିଗମ ସ୍ବାସ୍ଥ୍ୟ ନୀରିକ୍ଷଣ ୟୁନିଟକୁ ମଜବୁତ କରିବା ।
  6. ସମସ୍ତ ଜନସ୍ବାସ୍ଥ୍ୟ ଲାବ୍ରୋଟୋରୀକୁ ସଂଯୋଗ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ସମନ୍ବିତ ସ୍ବାସ୍ଥ୍ୟ ସୂଚନା ପୋର୍ଟାଲର ବିସ୍ତାର ।
  7. 17ଟି ନୂତନ ଜନସ୍ବାସ୍ଥ୍ୟ ୟୁନିଟର କାର୍ଯ୍ୟ ଏବଂ 33ଟି ଜନସ୍ବାସ୍ଥ୍ୟ ୟୁନିଟ ଶକ୍ତିଶାଳୀ କରିବା, ଯାହା 32 ବିମାନବନ୍ଦର, 11ଟି ବନ୍ଦର ଏବଂ 7ଟି ଲ୍ୟାଣ୍ଡ କ୍ରସିଂରେ ଅବସ୍ଥିତ |
  8. 15ଟି ସ୍ବାସ୍ଥ୍ୟ ଜରୁରୀକାଳୀନ ଅପରେସନ ସେଣ୍ଟର ଏବଂ 2ଟି ମୋବାଇଲ୍ ହସ୍ପିଟାଲ୍ ପ୍ରତିଷ୍ଠା |

ABOUT THE AUTHOR

...view details