ଓଡିଶା

odisha

ଫସଫେଟ ଓ ପଟାସ ଉପରେ ପୋଷକ ତତ୍ତ୍ବ ଆଧାରିତ ସବସିଡି ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ

By

Published : May 17, 2023, 10:55 PM IST

ଏହି ପ୍ରସ୍ତାବକୁ ଆଧାର କରି ଫସଫେଟ ଓ ପଟାସ (ପିଏଣ୍ଡକେ) ସାର ଉପରେ ରବି ଋତୁ ୨୦୨୨-୨୩ ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି (ଏନବିଏସ) ଦରରେ ସଂଶୋଧନ କରାଯାଇଛି । ଖରିଫ ଋତୁ ୨୦୨୩ (୦୧.୦୪.୨୦୨୩ ଠାରୁ ୩୦.୦୯.୨୦୨୩ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି (ଏନବିଏସ) ଦର ନିର୍ଦ୍ଧାରଣ କରାଯାଇଛି ।

Etv Bharat
Etv Bharat

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ସାର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପୋଷକ ତତ୍ତ୍ବ ସାର ନାଇଟ୍ରୋଜେନ, ଫସଫରସ, ପଟାସ ଏବଂ ସଲଫରପାଇଁ ପୋଷକତତ୍ତ୍ବ ଆଧାରିତ ସବସିଡି ଦରରେ ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଥିଲା।

ଏହି ପ୍ରସ୍ତାବକୁ ଆଧାର କରି ଫସଫେଟ ଓ ପଟାସ (ପିଏଣ୍ଡକେ) ସାର ଉପରେ ରବି ଋତୁ ୨୦୨୨-୨୩ ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି (ଏନବିଏସ) ଦରରେ ସଂଶୋଧନ କରାଯାଇଛି । ଖରିଫ ଋତୁ ୨୦୨୩ (୦୧.୦୪.୨୦୨୩ ଠାରୁ ୩୦.୦୯.୨୦୨୩ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି (ଏନବିଏସ) ଦର ନିର୍ଦ୍ଧାରଣ କରାଯାଇଛି ।

ଏହାବି ପଢନ୍ତୁ- କଣ ହେବ ଅନଙ୍ଗ ଓ ଶଶୀଭୂଷଣଙ୍କ ଭାଗ୍ୟ; ବାଜିରେ ଲାଗିଛି ପଦ, କ୍ଷମତା ଓ ସମ୍ମାନ

ପିଏଣ୍ଡକେ ସାର ଉପରେ ସବସିଡି ଦର ୧ ଏପ୍ରିଲ ୨୦୧୦ ଠାରୁ ଏନବିଏସ ଯୋଜନା ଦ୍ବାରା ପରିଚାଳିତ ହେଉଛି । ସରକାର ରବି ଋତୁ ୨୦୨୨-୨୩ ପାଇଁ ସଂଶୋଧିତ କରିଥିବା ଏନବିଏସ ଦର ୧ ଜାନୁଆରୀ ୨୦୨୩ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପିଛିଲା ଭାବେ ଲାଗୁ ହେବ । ସେହିପରି ଖରିଫ ଋତୁ ୨୦୨୩ ପାଇଁ ନିର୍ଦ୍ଧାରଣ କରାଯାଇଥିବା ଏନବିଏସ ଦର ୧ ଏପ୍ରିଲ ୨୦୨୩ ଠାରୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଚାଷୀଙ୍କୁ ସବସିଡି ଦରରେ ୨୫ଟି ଗ୍ରେଡର ଫସଫେଟ ଏବଂ ପଟାସ (ପି ଏଣ୍ଡ କେ) ସାର ମିଳିବ ।

ଚାଷୀମାନଙ୍କୁ ଉନ୍ନତ ମାନର ପି ଏଣ୍ଡ କେ ସାର ସବସିଡି ଦରରେ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ୨୦୨୩ ଖରିଫ ଋତୁ ପାଇଁ ୩୮ ହଜାର କୋଟି ଟଙ୍କାର ସବସିଡି ରାଶି ଯୋଗାଇ ଦେବେ ।

କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ଦ୍ବାରା ଦୁଇଟି ଲାଭ ମିଳିବ, ପ୍ରଥମତଃ : ଖରିଫ ଋତୁରେ ଚାଷୀମାନଙ୍କ ପାଇଁ ସବସିଡିଯୁକ୍ତ, ଶସ୍ତା ଏବଂ ଯୁକ୍ତିସଂଗତ ଦରରେ ଡିଏପି ଏବଂ ଅନ୍ୟ ପି ଏଣ୍ଡ କେ ସାର ମିଳିପାରିବ । ଦ୍ବିତୀୟତଃ ଏହା ପି ଏଣ୍ଡ କେ ସାର ଉପରେ ସବସିଡିକୁ ଯୁକ୍ତିସଙ୍ଗତ କରିବ ।

ଚାଷୀମାନଙ୍କୁ ଉନ୍ନତ ମାନର ପି ଏଣ୍ଡ କେ ସାର ସବସିଡି ଦରରେ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ୨୦୨୩ ଖରିଫ ଋତୁ ପାଇଁ ୩୮ ହଜାର କୋଟି ଟଙ୍କାର ସବସିଡି ରାଶି ଯୋଗାଇ ଦେବେ ।

ଏନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତି ସମ୍ପର୍କରେ ପ୍ରେସମିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସାର ରସାୟନ ମନ୍ତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏହି ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ABOUT THE AUTHOR

...view details