ଓଡିଶା

odisha

ଭାରତ ଓ ମାଳଦ୍ବୀପ ମଧ୍ୟରେ ବଢିବ ସମ୍ପର୍କ, MoUକୁ ମିଳିଲା ମଞ୍ଜୁରୀ

ଭାରତ ଓ ମାଳଦ୍ବୀର ମଧ୍ୟରେ ଦ୍ବୀପାକ୍ଷିକ ସମ୍ବନ୍ଧ ମଜବୁତ ହେବ । କ୍ରୀଡା ଓ ଯୁବ ବ୍ୟାପରରେ ସହଯୋଗ ଦେଇ ଭାରତ ଓ ମାଳଦ୍ବୀର ମଧ୍ୟରେ ହୋଇଥିବା ଏମଓୟୁକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଅଧିକ ପଢନ୍ତୁ..

By

Published : Mar 16, 2021, 10:46 PM IST

Published : Mar 16, 2021, 10:46 PM IST

ଭାରତ ଓ ମାଳଦ୍ବୀର ମଧ୍ୟରେ ବଢିବ ସମ୍ପର୍କ, MoUକୁ ମିଳିଲା ମଞ୍ଜୁରୀ
ଭାରତ ଓ ମାଳଦ୍ବୀର ମଧ୍ୟରେ ବଢିବ ସମ୍ପର୍କ, MoUକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତ ଓ ମାଳଦ୍ବୀପ ମଧ୍ୟରେ କ୍ରୀଡା ତଥା ଯୁବ ବ୍ୟାପରରେ ସହଯୋଗ ଉପରେ ଏମଓୟୁ ସ୍ବାକ୍ଷରକୁ ମିଳଲା କେନ୍ଦ୍ର ମନ୍ତ୍ରୀମଣ୍ଡଳର ଗ୍ରୀନ ସିଗନାଲ । 2 ଦେଶ ମଧ୍ୟରେ ଏହି ହୋଇଥିବା ଏହି ଚୁକ୍ତିକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ମଞ୍ଜୁରୀ ଦେଇଛି ।

ସରକାରଙ୍କ ବିବୃତ୍ତି ଅନୁସାରେ, ଭାରତର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଯୁବ, କ୍ରୀଡ଼ା ଏବଂ କମ୍ୟୁନିଟି ସଶକ୍ତିକରଣ ମନ୍ତ୍ରଣାଳୟ ମଧ୍ୟରେ କ୍ରୀଡ଼ା ଏବଂ ଯୁବ ବ୍ୟାପାରରେ ସହଯୋଗ ପାଇଁ ସ୍ୱାକ୍ଷରିତ ଏମଓୟୁ ସୂଚନା କେନ୍ଦ୍ର ମନ୍ତ୍ରୀମଣ୍ଡଳକୁ ଦିଆଯାଇଥିଲା । 2 ଦେଶ ମଧ୍ୟରେ ଏହି ଚୁକ୍ତି 2020 ନଭେମ୍ବରେ ସ୍ବାକ୍ଷର ହୋଇଥିଲା ।

ଏଥିରେ କୁହାଯାଇଛି କି , ଭାରତ ଓ ମାଳଦ୍ବୀର ମଧ୍ୟରେ ଖେଳ ତଥା ଯୁବ ବ୍ୟାପର କ୍ଷେତ୍ରରେ ଦ୍ବିପାକ୍ଷୀକ ଆଦାନପ୍ରଦାନ କାର୍ଯ୍ୟାକ୍ରମ ଦ୍ବାରା ଖେଳ ବିଜ୍ଞାନ , ଖେଳ ମେଡିସିନ, କୋଚିଂ ଟେକନକ, ଯୁବ ମହୋତ୍ସବ ତଥା କ୍ୟାମ୍ପସରେ ଭାଗୀଦାରୀ କ୍ଷେତ୍ରରେ ଜ୍ଞାନ ଓ ବିଶେଷଜ୍ଞତା ବଢାଇବାରେ ସାହାଯ୍ୟ ମିଳିବ । ଏହାର ପରିଣାମସୂରୂପ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଆମର ଖେଳାଳୀଙ୍କ ପ୍ରଦର୍ଶନ ଭଲ ରହିବ । ଏଥସହ ଭାରତ ଓ ମାଳଦ୍ବୀର ମଧ୍ୟରେ ଦ୍ବୀପାକ୍ଷିକ ସମ୍ବନ୍ଧ ମଜବୁତ ହେବ ।

ABOUT THE AUTHOR

...view details