ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ସଫାଇ କର୍ମଚାରୀ ଆୟୋଗ (Union Cabinet approved the extension of the tenure of the National Commission for Safai Karamcharis) ଙ୍କ କାର୍ଯ୍ୟକାଳ ଆଉ ତିନିବର୍ଷ ବଢାଇବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ (୩୧.୦୩.୨୦୨୨) ପରଠାରୁ ଏହି ସମ୍ପ୍ରସାରିତ କାର୍ଯ୍ୟକାଳ ଲାଗୁ ହେବ ।
ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ଫଳରେ ତିନିବର୍ଷ ପାଇଁ ସରକାରଙ୍କୁ ପ୍ରାୟ ୪୩ କୋଟି ୬୮ ଲକ୍ଷ ଟଙ୍କାର ଖର୍ଚ୍ଚ ବହନ କରିବାକୁ ପଡିବ । ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ଫଳରେ ଦେଶର ସଫାଇ କର୍ମଚାରୀ ଏବଂ ଚିହ୍ନଟ ହୋଇଥିବା ହାତରେ ମଇଳା ସଫା କରୁଥିବା ସଫାଇ ବ୍ୟକ୍ତି ବିଶେଷ ଉପକୃତ ହେବେ । ୨୦୨୨ ମାର୍ଚ୍ଚ ୩୧ ତାରିଖ ପରେ ଆଉ ତିନିବର୍ଷ ପାଇଁ ଆୟୋଗଙ୍କ ସୁପାରିସ ଓ ବ୍ୟବସ୍ଥା ଅନୁସାରେ ଲାଭବାନ ହୋଇପାରିବ (Safai Karamcharis and identified manual scavengers in the country since the NCSK for 3 more years beyond 31.3.2022) । ଦେଶରେ ପ୍ରଚଳିତ ମାନୁଆଲ ସ୍କାଭେଞ୍ଜିଙ୍ଗ(ହାତରେ ମଇଳା ସଫାଇ) ଆଇନ ଅନୁସାରେ ୩୧.୧୨.୨୦୨୧ ସୁଦ୍ଧା ଚିହ୍ନଟ ହୋଇଥିବା ଏହି ବର୍ଗର ସଫାଇବାଲାଙ୍କ ସଂଖ୍ୟା ୫୮ ହଜାର ୯୮ । ନିୟମ ଅନୁସାରେ ସର୍ଭେ କରାଯାଇ ଏମାନଙ୍କୁ ଚିହ୍ନଟ କରାଯାଇଛି । ଏହି ଦାୟିତ୍ବ ସମ୍ପୃକ୍ତ ଆୟୋଗଙ୍କ ତତ୍ତ୍ବାବଧାନରେ ହେଉଛି ।
ଜାତୀୟ ସଫାଇ କର୍ମଚାରୀ ଆୟୋଗ(ଏନସିଏସକେ) ଏ ସଂକ୍ରାନ୍ତରେ ପ୍ରଣିତ ଆଇନ ଅନୁସାରେ ୧୯୯୩ ରେ ଗଠିତ ହୋଇଥିଲା । ପ୍ରଥମେ ଏହାର କାର୍ଯ୍ୟକାଳ ୧୯୯୭ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ଏହା ପରେ ସଫାଇ କର୍ମଚାରୀ ଆଇନର ବୈଧତାକୁ ୨୦୦୨ ମାର୍ଚ୍ଚ ୩୧ତାରିଖ ଯାଏ ବୃଦ୍ଧି କରାଯାଇଥିଲା । ଏହା ପରେ ଏହି ସଂସ୍ଥାର କାର୍ଯ୍ୟକାଳ ଗୋଟିଏ ବର୍ଷ ପାଇଁ ଅର୍ଥାତ ୨୦୦୪ ଫେବୃୟାରୀ ୨୯ ତାରିଖ ଯାଏଁ ବଢିଥିଲା । ସେହି ତାରିଖ ଅର୍ଥାତ ୨୦୦୪ ଫେବୃୟାରୀ ୨୯ ରେ ଏନସିଏସକେ ଆଇନର ଅବସାନ ଘଟିଲା । ତା’ ପରଠାରୁ ଏନସିଏସକେର କାର୍ଯ୍ୟକାଳକୁ ବିଭିନ୍ନ ସମୟରେ ସରକାରୀ ପ୍ରସ୍ତାବ ମାଧ୍ୟମରେ ବୃଦ୍ଧି କରାଯାଇ ଆସୁଛି । ଆୟୋଗ (ଏନସିଏସକେ) ଙ୍କୁ ଏକ ଅଣବୈଧାନିକ ସଂସ୍ଥାର ମାନ୍ୟତା ଦିଆଯାଇଛି । ଏବେ ଯେଉଁ ଆୟୋଗ କାର୍ଯ୍ୟ କରୁଛନ୍ତି କାର୍ଯ୍ୟକାଳ ଚଳିତ ବର୍ଷ ମାର୍ଚ୍ଚ ୩୧ରେ ଶେଷ ହେଉଥିଲା ।