କୋଲକାତା: ଆସନ୍ତାକାଲି(ରବିବାର)ଠୁ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକଡାଉନ । ରାଜ୍ୟରେ ଅଣାୟତ୍ତ କୋରୋନା ସ୍ଥିତି ନେଇ ପଶ୍ଚିମବଙ୍ଗ ସରକାର ଶନିବାର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ମେ 30 ତାରିଖ ଯାଏଁ ଲାଗିବ ଲକଡାଉନ । ଆସନ୍ତାକାଲି ଠୁ ଆସନ୍ତା 30 ତାରିଖ ଯାଏଁ ପଶ୍ଚିମବଙ୍ଗରେ ମେଟ୍ରୋ, ବସ ସେବା ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନକ ବନ୍ଦ ରହିବ । କେବଳ ଜରୁରୀ ସେବାକୁ ଅନୁମତି ମିଳିବ ।
ରବିବାର ଠୁ ମେ 30 ଯାଏଁ ପଶ୍ଚିମବଙ୍ଗରେ ଲକଡାଉନ
ରବିବାର ଠାରୁ ପଶ୍ଚିମବଙ୍ଗରେ ଲକଡାଉନ । ରାଜ୍ୟରେ ଅଣାୟତ୍ତ କୋରୋନା ସ୍ଥିତି ନେଇ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କଲେ ମମତା ସରକାର । ଅଧିକ ପଢନ୍ତୁ...
West bengal
ସାରା ଦେଶରେ କୋରୋନା ତାଣ୍ଡବ କରୁଛି । ଯାହାକୁ ପ୍ରତିହତ ରାଜ୍ୟ ସରକାରମାନେ ରାଜ୍ୟରେ ତାଲାବନ୍ଦ ଘୋଷଣା କରିଛନ୍ତି । ସେହିପରି ପଶ୍ଚିମବଙ୍ଗରେ ଦ୍ରୁତ ସଂକ୍ରମଣ ନେଇ ମମତା ସରକାର ଆସନ୍ତାକାଲି ଠୁ ମେ 30 ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ