ଓଡିଶା

odisha

By

Published : Oct 4, 2022, 9:45 PM IST

ETV Bharat / bharat

ଉତ୍ତରାଖଣ୍ଡରେ ଘାଟି ତଳକୁ ଖସିଲା ବସ୍‌, ଯାତ୍ରୀବାହୀ ବସ୍‌ରେ ଥିଲେ ୪୦ରୁ ୫୦ ଯାତ୍ରୀ

ଉତ୍ତରାଖଣ୍ଡରେ ଘାଟି ତଳକୁ ଖସିଲା ଏକ ଯାତ୍ରୀବାହୀ ବସ୍‌(bus falls into a gorge in Uttarakhand ) । ଏହି ବସ୍‌ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି । ଅଧିକ ପଢ଼ନ୍ତୁ

bus carrying around 45 to 50 people falls into a gorge in Uttarakhand
ପ୍ରତୀକାତ୍ମକ ଫଟୋ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ଘାଟି ତଳକୁ ଖସିଲା ଏକ ଯାତ୍ରୀବାହୀ ବସ୍‌ । ପାଉରୀ ଗରୱାଲ୍‌ ଜିଲ୍ଲା ସିମ୍‌ଡୀ ଗ୍ରାମ ରିଖ୍‌ନୀଖାଲ୍‌-ବୀରୋଖାଲ୍‌ ରାସ୍ତାରେ ଥିବା ଏକ ଘାଟି ତଳକୁ ଖସି ପଡ଼ିଛି ଏହି ଯାତ୍ରୀବାହୀ ବସ୍‌ । ଏହି ବସ୍‌ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ପୋଲିସ ସହ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି । ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଉଦ୍ଧାରକାରୀ ଦଳକୁ ସହାୟତା ଯୋଗାଇ ଦେଉଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ।

ପୁଷ୍କର ସିଂହ ଧାମୀ କହିଛନ୍ତି, "ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି । ଘାଟି ତଳକୁ ଖସି ଥିବା ବସ୍‌ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିବା ସୂଚନା ରହିଛି ।"

ABOUT THE AUTHOR

...view details