ଜୟପୁର:ରାଜସ୍ଥାନର କୋଟା ଜିଲ୍ଲା ଅନ୍ତର୍ଗତ 15 ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ବୁନ୍ଦି ପୋକ୍ସୋ କୋର୍ଟ । ଏହି ଦୁଇ ଅଭିଯୁକ୍ତ ଏକ ୪ ମାସ ତଳେ ଗଣ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ । ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ସହ ୧ ଲକ୍ଷ ୨୦ ହଜାର ଜୋରିମାନା ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଅଭିଯୁକ୍ତ ପୀଡିତାଙ୍କୁ ଘରୁ ଉଠାଇ ନେଇ ଜଙ୍ଗଲରେ ଗଣ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ । ଏହି ଦୁଷ୍କର୍ମ ମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକ ମଧ୍ୟ ରହିଥିଲା । ବାସୋଲି ଥାନା ଅଧିକାରୀ ରାମଗିଲାସ ଗୁର୍ଜର କହିବା ଅନୁଯାୟୀ, ୨୩ ଡିସେମ୍ବର ୨୦୨୧ରେ ବୁନ୍ଦି ସହର ବାସୋଲି ପୋଲିସ ଷ୍ଟେସନ ଅଞ୍ଚଳର କାଲା କୁଆନ୍ ନିକଟ ଜଙ୍ଗଲରେ ୧୫ ବର୍ଷର ନାବାଳକ ଛେଳି ଚରାଇବାକୁ ଯାଇଥିଲା ।