ଓଡିଶା

odisha

ମୁମ୍ବାଇରେ ଭୁଶୁଡିଲା ୫ ମହଲା କୋଠା, ଜାରି ରହିଛି ଉଦ୍ଧାର କାର୍ଯ୍ୟ

By

Published : Jan 26, 2022, 7:54 PM IST

ମୁମ୍ବାଇରେ ଭୁଶୁଡିଲା କୋଠା । ୩ ମହିଳାଙ୍କ ସମେତ ୬ ଉଦ୍ଧାର । ଏବେ ମଧ୍ୟ ଅନେକ ଫସି ରହିଥିବା ସନ୍ଦେହରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

ମୁମ୍ବାଇରେ ଭୁଶୁଡିଲା ୫ ମହିଲା କୋଠା, ଜାର ରହିଛି ଉଦ୍ଧାର କାର୍ଯ୍ୟ
ମୁମ୍ବାଇରେ ଭୁଶୁଡିଲା ୫ ମହିଲା କୋଠା, ଜାର ରହିଛି ଉଦ୍ଧାର କାର୍ଯ୍ୟ

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାରେ ଏକ ୫ ମହଲା କୋଠା ଭୁଶୁଡି ପଡିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୬ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଉ କିଛି ମଧ୍ୟ ଫସି ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଉଦ୍ଧାରଙ୍କ ମଧ୍ୟରେ ତିନି ଜଣ ମହିଳା ରହିଛନ୍ତି । ଉଦ୍ଧାର ଦୁଇଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ନିକଟସ୍ଥ ଭି.ଏନ୍ ଦେଶାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସ୍ଥାନୀୟ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଅଘଟଣ ଘଟିଛି । ତୁରନ୍ତ ଖବର ପାଇ ସ୍ଥାନୀୟ ଅଗ୍ନିଶମ ଟିମ ସହ ପୋଲିିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏକାଧିକ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ତେବେ କେଉଁ କାରଣରୁ ବହୁତଳ କୋଠାଟି ଭୁଶୁଡି ପଡିଲା ତାର କାରଣ ସ୍ପଷ୍ଟ ହୋଇପାରିନାହିଁ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details