ଓଡିଶା

odisha

By ETV Bharat Odisha Team

Published : Oct 5, 2023, 9:50 PM IST

ETV Bharat / bharat

ମଇଁଷି ମୃତ୍ୟୁରେ କାନ୍ଦିଲା ଗାଁ, ବ୍ୟାଣ୍ଡବାଜା ଶୋଭାଯାତ୍ରାରେ ହେଲା ଶେଷକୃତ୍ୟ

ଉତ୍ତର ପ୍ରଦେଶ ଝାନ୍ସିରେ ମଇଁଷି ମୃତ୍ୟୁରେ ଭାଙ୍ଗିପଡିଲେ ଗ୍ରାମବାସୀ । ଜେସିବିରେ ଶୋଭାଯାତ୍ରା ସହ କଲେ ଶେଷକୃତ୍ୟ । ଅଧିକ ପଢନ୍ତୁ

ବ୍ୟାଣ୍ଡବାଜା ଶୋଭାଯାତ୍ରା ସହ ମଇଁଷିର ଶେଷକୃତ୍ୟ
ବ୍ୟାଣ୍ଡବାଜା ଶୋଭାଯାତ୍ରା ସହ ମଇଁଷିର ଶେଷକୃତ୍ୟ

ଲକ୍ଷ୍ନୌ:ମୃତ୍ୟୁ ପରେ ମୃତଦେହକୁ ସମ୍ମାନ ନମିଳିବା ଘଟଣା ଅନେକ ସମୟରେ ଆମ ସାମଜିକ ବ୍ୟବସ୍ଥା ଓ ସମ୍ବେଦନଶୀଳତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । କିନ୍ତୁ ଏକ ମଇଁଷିର ମୃତ୍ୟୁ ପରେ ତାକୁ ଶୋଭାଯାତ୍ରାରେ ଶେଷକୃତ୍ୟ ପାଇଁ ନିଆଯାଇଛି । ଏକ ଜେସିବିରେ ମଇଁଷିର ମୃତଦେହ ରଖାଯାଇ ବ୍ୟାଣ୍ଡବାଜା ସହିତ ଶୋଭାଯାତ୍ରାରେ ମଇଁଷିର ମୃତଦେହକୁ ସତ୍କାର ସ୍ଥାନକୁ ନିଆଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ସାମିଲ ହୋଇଥିଲେ । କେବଳ ଏତିକି ନୁହେଁ ଏହି ଶୋଭାଯାତ୍ରାରେ ସାମିଲ ଥିବା କିଛି ଲୋକ ମଇଁଷି ମୃତ୍ୟୁରେ ଭାଙ୍ଗିପଡି କାନ୍ଦୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏପରି ଏକ ଘଟଣା ଉତ୍ତର ପ୍ରଦେଶ ଝାନ୍ସି ଜିଲ୍ଲାରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଘଟଣାଟି ଝାନ୍ସି ଜିଲ୍ଲା ସମଥର ଥାନା ଏରିଆରେ ଘଟିଛି । ସ୍ଥାନୀୟ ଛୋଟା ବେଲମା ଗ୍ରାମରେ କାରସ ଦେବ ମହାରାଜ (ଭୋଳା) ନାମରେ ଏକ ମଇଁଷି ରହୁଥିଲା । ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ମଇଁଷି ନଥିଲା । ପୁରା ଗ୍ରାମର ଲୋକେ ମଇଁଷିକୁ ଶ୍ରଦ୍ଧା କରିବା ସହ ତାର ଯତ୍ନ ନେଉଥିଲେ । ଗତକାଲି (ବୁଧବାର) ଅଚାନକ ମଇଁଷି ଭୋଳାର ମୃତ୍ୟୁ ହୋଇଯାଇଥିଲା । ଏହି ସୂଚନା ପାଇବା ମାତ୍ରେ ଶତାଧିକ ଲୋକେ ଗ୍ରାମରେ ପହଞ୍ଚି ମଇଁଷିର ଶେଷ ଦର୍ଶନ କରିଥିଲେ । ଶେଷରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- Sikkim flash floods: ଜଲପାଇଗୁଡିର ତିସ୍ତା ନଦୀରୁ ୧୭ ମୃତଦେହ ଉଦ୍ଧାର, ଚିହ୍ନଟ ପ୍ରକ୍ରିୟା ଜାରି

କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଯେପରି ପରିଜନ ଓ ସମ୍ପର୍କୀୟ ଶ୍ମଶାନକୁ ନେଇ ଶେଷକୃତ୍ୟ କରନ୍ତି, ସେହିପରି ମଇଁଷି ଭୋଳାକୁ ମଧ୍ୟ ଏକ ଜେସିବି ସାହାଯ୍ୟରେ ନିଆଯାଇଥିଲା । ବ୍ୟାଣ୍ଡ ବାଜା ଶୋଭାଯାତ୍ରା ସହ ତାକୁ ଗ୍ରାମ ନିକଟବର୍ତ୍ତୀ ଶେଷକୃତ୍ୟ ସ୍ଥଳକୁ ନିଆଯାଇଥିଲା । ସେଠାରେ ପୂଜକ ମଧ୍ୟ ଉପସ୍ଥିତ ଥିଲେ । ପୂଜାର୍ଚ୍ଚନା ସହ ମାଟିରେ ମଇଁଷିର ମୃତଦେକୁ ପୋତି ଦିଆଯାଇଥିଲା । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମରେ କେବଳ ଉକ୍ତ ଗ୍ରାମ ନୁହେଁ ବରଂ ନିକଟବର୍ତ୍ତୀ ଅଞ୍ଚଳର ଶତାଧିକ ଲୋକ ସାମିଲ ହୋଇଥିଲେ । ଗ୍ରାମରେ ରହୁଥିବା ଏକ ପଶୁ ପ୍ରତି ସ୍ଥାନୀୟ ଲୋକଙ୍କର ଏପରି ଶ୍ରଦ୍ଧା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details