ଓଡିଶା

odisha

ETV Bharat / bharat

Budget 2023: ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ - ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Budget 2023 Live Updates
Budget 2023 Live Updates

By

Published : Feb 1, 2023, 10:26 AM IST

Updated : Feb 1, 2023, 1:03 PM IST

12:59 February 01

ଖେଳନା, ସାଇକେଲ୍‌, ଅଟୋମୋବାଇଲ୍ ଶସ୍ତା

ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ। ବଜେଟରେ ଖେଳନା, ସାଇକେଲ୍‌, ଅଟୋମୋବାଇଲ୍ ଶସ୍ତା ହେବା ସହ ବୈଦ୍ୟୁତିକ ଯାନ, ଟିଭି ଶସ୍ତା ହେବା ନେଇ ଘୋଷଣା କରାଯାଇଛି ।

12:58 February 01

ପର୍ଯ୍ୟଟନ ବିଭାଗରେ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ସୁଯୋଗ

ସ୍ବଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ପ୍ରସ୍ତୁତ ହେବ ଯୋଜନା । ପର୍ଯ୍ୟଟନ ବିଭାଗରେ ବିଶେଷ କରି ଯୁବଗୋଷ୍ଠୀଙ୍କ ଲାଗି ନିଯୁକ୍ତି ଓ ଯୁବ ଉଦ୍ୟୋଗୀଙ୍କ ଲାଗି ପୁଞ୍ଜି ନିବେଶ ଲାଗି ସୁବିଧା ରହିଛି । ଆଗାମୀ ଦିନରେ ୫୦ଟି ପର୍ଯ୍ୟଟନସ୍ଥଳୀର ଚୟନ କରାଯିବ । ଏହାକୁ ଉଭୟ ସ୍ବଦେଶୀ ଓ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଲାଗି ପୂର୍ଣ୍ଣାଙ୍ଗ ପ୍ୟାକେଜର ଘୋଷଣା କରାଯିବ । 'ଦେଖୋ ଅପନା ଦେଶ' ଯୋଜନାରେ ଏହାର ବିକାଶମୂଳକ କାର୍ଯ୍ୟ କରାଯିବ ।

12:48 February 01

ମହିଳାଙ୍କ ପାଇଁ ଆରମ୍ଭ ହେବ ମହିଳା ସମ୍ମାନ ବଚତ ପତ୍ର

ନୂଆଦିଲ୍ଲୀ: ବଜେଟରେ ବ୍ୟାଙ୍କ ଆଇନରେ ପରିବର୍ତ୍ତନ। ମହିଳାଙ୍କ ପାଇଁ ଆରମ୍ଭ ହେବ ମହିଳା ସମ୍ମାନ ବଚତ ପତ୍ର। ସ୍ବଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା କରିବା ପାରିବେ ମହିଳା। ଘୋଷଣା କଲେ ଅର୍ଥମନ୍ତ୍ରୀ।

12:36 February 01

ଆୟକର ସ୍ଲାବ୍‌ ସୀମା 5ରୁ 7 ଲକ୍ଷ ବୃଦ୍ଧି

ବୃଦ୍ଧି ହେଲା ଆୟକର ସ୍ଲାବ ସୀମା । 5 ଲକ୍ଷରୁ 7 ଲକ୍ଷକୁ ହେଲା ବୃଦ୍ଧି ହୋଇଛି । 3 ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ ।

12:32 February 01

ସୁନା, ରୁପା, ପ୍ଲାଟିନମ ଗହଣା ମହଙ୍ଗା

ନୂଆଦିଲ୍ଲୀ: ସିଗାରେଟ ଉପରେ ବୃଦ୍ଧି ହେଲା ଟିକସ। ସୁନା, ରୁପା, ପ୍ଲାଟିନମ ଗହଣା ମହଙ୍ଗା । ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ ହୋଇଛି। ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ।

12:22 February 01

ଦେଶରେ ୧୦,୦୦୦ ବାୟୋ ଇନ୍‌ପୁଟ ସେଣ୍ଟର ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ: ଆସନ୍ତା ତିନି ବର୍ଷ ମଧ୍ୟରେ ଦେଶରେ ୧୦,୦୦୦ ବାୟୋ ଇନ୍‌ପୁଟ ସେଣ୍ଟର ହେବ। ୧ କୋଟି କୃଷକଙ୍କୁ ପ୍ରାକୃତିକ କୃଷି କାର୍ଯ୍ୟ ପାଇଁ ସହାୟତା ଦିଆଯିବ।

12:14 February 01

ଜାତୀୟ ପ୍ରଶିକ୍ଷଣ ଯୋଜନାରେ ସାମିଲ ହେବେ 47 ଲକ୍ଷ ଯୁବବର୍ଗ

ନୂଆଦିଲ୍ଲୀ: ଆଗାମି 3 ବର୍ଷରେ 47 ଲକ୍ଷ ଯୁବ ବର୍ଗଙ୍କୁ ଜାତୀୟ ପ୍ରଶିକ୍ଷଣ ଯୋଜନାରେ ସାମିଲ କରାଯିବ। ଏଥି ସହ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ଷ୍ଟାଇପେଣ୍ଡ୍‌ ରାଶି ପ୍ରଦାନ କରାଯିବ।

12:02 February 01

ପ୍ରତିଷ୍ଠା ହେବ 50ଟି ନୂଆ ଅତିରିକ୍ତ ଏୟାର ପୋର୍ଟ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା। 50ଟି ନୂଆ ଅତିରିକ୍ତ ଏୟାର ପୋର୍ଟ, ଓ୍ବାଟର ଏରୋ ଡ୍ରେନ ଓ ହେଲିପୋଡ୍ସ ପ୍ରତିଷ୍ଠା କରାଯିବା ନେଇ ଘୋଷଣା ।

11:55 February 01

ରେଳ ପାଇଁ ଖର୍ଚ୍ଚ ହେବ ୨.୪୦ ଲକ୍ଷ କୋଟି

ଆସନ୍ତା ବିତ୍ତୀୟ ବର୍ଷରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ସୂଚନା ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

11:46 February 01

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖର୍ଚ୍ଚ ହେବ ୭୯ ହଜାର କୋଟି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 66 ପ୍ରତିଶତ ବୃଦ୍ଧି କରାଯାଇଛି। ଯାହା ୭୯ ହଜାର କୋଟି ଟଙ୍କାରୁ ଅଧିକ ହେବ।

11:39 February 01

ଏକଲବ୍ୟ ଆବାସିକ ସ୍କୁଲରେ ନିଯୁକ୍ତ ହେବେ ୩୮ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ

ନୂଆଦିଲ୍ଲୀ: ଆସନ୍ତା ତିନି ବର୍ଷ ମଧ୍ୟରେ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ୩୮, ୮୦୦ ନୂଆ ଶିକ୍ଷକ ଓ ସହାୟକ କର୍ମଚାରୀ ନିଯୁକ୍ତି ଦିଆଯିବ । 740 ବିଦ୍ୟାଳୟରେ ସାଢେ ତିନି ଲକ୍ଷ୍ୟ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତ କରାଯିବ।

11:27 February 01

ସାରା ବିଶ୍ୱରେ ଭାରତର ଅର୍ଥନୀତି ପଞ୍ଚମ ସ୍ଥାନରେ: ଅର୍ଥମନ୍ତ୍ରୀ

ସରକାରଙ୍କ ପ୍ରୟାସ ଯୋଗୁଁ 2014 ପରଠାରୁ ସମସ୍ତ ନାଗରିକଙ୍କ ଜୀବନ ଯାପନର ମାନ ଉନ୍ନତ ହୋଇଛି । ବାର୍ଷିକ ମୁଣ୍ଡପିଛା ଆୟ ୧.୯୭ ଲକ୍ଷରେ ପହଞ୍ଚିଛି। ନଅ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ସାରା ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚି ପାରିଛି।

11:20 February 01

ଅମୃତ କାଳରେ ଏହା ହେଉଛି ପ୍ରଥମ ବଜେଟ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅମୃତ କାଳରେ ଏହା ହେଉଛି ପ୍ରଥମ ବଜେଟ। ଭାରତର ଅର୍ଥନୀତି ଉଜ୍ଜ୍ବଳ ଭବିଷ୍ୟତ ଆଡକୁ ଗତି କରୁଛି। କୋରୋନା ମହାମାରିକୁ ସଫଳ ଏବଂ ଦୃଢ଼ତାର ସହ ମୁକାବିଲା କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ପ୍ରଦାନ କରାଯାଉଛି।

11:05 February 01

ସଂସଦରେ ଉପସ୍ଥାପନ ହେଉଛି ସାଧାରଣ ବଜେଟ

ନୂଆଦିଲ୍ଲୀ: ଉପସ୍ଥାପନ ହେଲା 2023-24 ଆର୍ଥିକ ବର୍ଷର ବଜେଟ। ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ।

10:47 February 01

ସଂସଦ ଭବନରେ ପହଞ୍ଚିଲା ବଜେଟ କପି

ନୂଆଦିଲ୍ଲୀ: ବଜେଟ ଉପସ୍ଥାପନ ପୂର୍ବରୁ ସଂସଦ ଭବନରେ ପହଞ୍ଚିଲା ବଜେଟ କପି।

10:27 February 01

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ବଜେଟ ଉପସ୍ଥାପନ ପୂର୍ବରୁ ସଂସଦ ଭବନରେ ଆରମ୍ଭ ହେଲା ୟୁନିଅନ କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି।

09:59 February 01

ଆଜି ଆସିବ ସାଧାରଣ ବଜେଟ, ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟର ଅପେକ୍ଷା । ସଂସଦରେ ଉପସ୍ଥାପନ ହେବ 2023-24 ଆର୍ଥିକ ବର୍ଷର ସାଧାରଣ ବଜେଟ । ଏହାପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବର୍ତ୍ତମାନ ସଂସଦ ଭବନରେ ନାଲି ଶାଢୀ ପିନ୍ଧି ହାତରେ ଟ୍ୟାବ୍‌ଲେଟ ଧରି ପହଞ୍ଚିଛନ୍ତି ଅର୍ଥମନ୍ତ୍ରୀ । ଦିନ 11ଟା ସମୟରେ ଉପସ୍ଥାପନ ହେବ ସାଧାରଣ ବଜେଟ ।

Last Updated : Feb 1, 2023, 1:03 PM IST

ABOUT THE AUTHOR

...view details