ଓଡିଶା

odisha

ନିର୍ବାଚନ ଲଢିବେନି BSP ସୁପ୍ରିମୋ, ଦଳୀୟ ସାଂସଦଙ୍କ ସୂଚନା

By

Published : Jan 11, 2022, 7:18 PM IST

ଚଳିତ ବିଧାନସଭା ନିର୍ବାଚନ ଲଢିବେନି ବହୁଜନ ସମାଜବାଦୀ ପାର୍ଟି (BSP) ମୁଖ୍ୟ ମାୟାବତୀ । ସୂଚନା ଦେଲେ ଦଳୀୟ ସାଂସଦ ସତୀଶ ଚନ୍ଦ୍ର ମିଶ୍ରା । ଅଧିକ ପଢନ୍ତୁ

ନିର୍ବାଚନ ଲଢିବେନି BSP ସୁପ୍ରିମୋ ମାୟାବତୀ, ସୂଚନା ଦେଲେ ଦଳୀୟ ସାଂସଦ
ନିର୍ବାଚନ ଲଢିବେନି BSP ସୁପ୍ରିମୋ ମାୟାବତୀ, ସୂଚନା ଦେଲେ ଦଳୀୟ ସାଂସଦ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରରେ ଆସନ୍ତା ମାସ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜବାଦୀ ପାର୍ଟି (BSP) ମୁଖ୍ୟ ମାୟାବତୀ । ଆଜି ଏନେଇ ଦଳୀୟ ସାଂସଦ ସତୀଶ ଚନ୍ଦ୍ର ମିଶ୍ରା ସୂଚନା ଦେଇଛନ୍ତି । ସାଂସଦ ସତୀଶ କହିଛନ୍ତି ଚଳିତ ବିଧାନସଭାରେ ସୁପ୍ରିିମୋ ମାୟାବତୀଙ୍କ ସହ ସେ ମଧ୍ୟ ପ୍ରତିଦ୍ବନ୍ଦ୍ବୀତା କରୁନାହାନ୍ତି । ତେବେ ମାୟାବତୀଙ୍କ ବିଧାନସଭା ନିର୍ବାଚନ ନଲଢିବା କିଛି ନୂଆ କଥା ମଧ୍ୟ ନୁହେଁ । ଅତୀତରେ ମଧ୍ୟ ମାୟାବତୀ କେବେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିନାହାନ୍ତି । ଅନୁରୂପ ଭାବେ ଚଳିତ ଥର ମଧ୍ୟ ସେ ବିଧାନ ପରିଷଦ ଜରିଆରେ ସଦନରେ ପ୍ରବେଶ କରିପାରନ୍ତି ।

ସାଂସଦ ମିଶ୍ରା ଆହୁରି ମଧ୍ୟ କହିଛନ୍ତି, ଉତ୍ତର ପ୍ରଦେଶରେ ଚଳିତ ନିର୍ବାଚନରେ କ୍ଷମତାରେ ଥିବା ବିଜେପି କିମ୍ବା ଅଖିଳେଶଙ୍କ ସମାଜବାଦୀ ପାର୍ଟି କ୍ଷମତାକୁ ଆସିବା ପରି ଚିତ୍ର ଦୃଶ୍ୟମାନ ହେଉନାହିଁ । ତେଣୁ ମାୟାବତୀଙ୍କ ନେତୃତ୍ବାଧୀନ ବହୁଜନ ସମାଜବାଦୀ ପାର୍ଟି (BSP) ହିଁ ଚଳିତ ବର୍ଷ ରାଜ୍ୟରେ କ୍ଷମତା ହାତେଇବା ନେଇ ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-UP Assembly Poll: BJPକୁ ଝଟକା, SPରେ ଯୋଗ ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ଉତ୍ତର ପ୍ରଦେଶର 403 ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମାସ 10 ତାରିଖରୁ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ ଫେବୃଆରୀ 10 ତାରିଖ 14, 20, 23, 27, ମାର୍ଚ୍ଚ 3 ତାରିଖ ଏବଂ ଅନ୍ତିମ ପର୍ଯ୍ୟାୟ 7 ତାରିଖରେ ମତ ଗ୍ରହଣ ହେବ । ସେହିପରି ମାର୍ଚ୍ଚ 10 ତାରିଖରେ ମତ ଗଣନା ଓ ଫଳ ପ୍ରକାଶ ହେବା ନେଇ ତାରିଖ ଧାର୍ଯ୍ୟ କରିଛନ୍ତି ନିର୍ବାଚନ କମିଶନର । 2017 ନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟି ମାତ୍ର 19 ଟି ଆସନ ଜିତିବାରେ ସଫଳ ହୋଇଥିଲା ।

@ANI

ABOUT THE AUTHOR

...view details